ନୂଆପଡ଼ାରେ ବାଘ ଆତଙ୍କ, ପୁଣି ବାଛୁରୀ ମାରି ଖାଇଲା ବାଘ

ନୂଆପଡ଼ା: ନୂଆପଡ଼ାରେ ବାଘ ଆତଙ୍କ । ପୁଣି ବାଛୁରୀ ମାରି ଖାଇଲା ବାଘ । ନୂଆପଡ଼ା ରେଞ୍ଜର ମୁସରୀଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ପାବରତୋଲା ଗାଁରେ ପୁଣି ଏକ ବାଛୁରୀକୁ ଟାଣି ନେଇ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଗ୍ରାମବାସୀ ମୃତ ବାଛୁରୀକୁ ଦେଖିବାକୁ ପାଇଥିଲେ । ଚିଟିରାମ ସତନାମୀଙ୍କ ଗୁହାଳରୁ ଏହି ବାଛୁରୀକୁ ବାଘ ଟାଣିନେଇ ଗୁହାଳ ପାଖରେ ମାରି ଖାଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି । ଗତ କିଛି ଦିନ ହେଲା ପାଓର ତୋଲା ଓ ମହୁଲ ଭଟ୍ଟା ଗାଁରେ ବାଘ ଗାଈ ବାଛୁରୀକୁ ଶିକାର କରୁଛି । କଲରାପତରିଆ ବାଘ ଶିକାର କରିଥିବା ସ୍ପଷ୍ଟ ହୋଇଛି । ବାଘର ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି ।