ହାରିଗଲେ ଅଲିମ୍ପିକ୍ସ ପଦକ ବିଜେତା ଓ ଟିକ୍‌ଟକ୍‌ ଗାର୍ଲ

1 min read

ଟିକ୍‌ଟକ୍‌ରେ ପାସ୍, ରାଜନୀତିରେ ଫେଲ୍ । ଟିକ୍‌ଟକ୍ ଷ୍ଟାରରୁ ନେତ୍ରୀ ବନିଥିବା ସୋନାଲୀ ଫୋଗଟ୍ ରାଜନୀତିରେ ଆରମ୍ଭରୁ ଫେଲ ମାରିଛନ୍ତି । ଟିକ୍‌ଟକ୍‌ରେ ନିଜ ଅଦାରେ ଫିଦା କରୁଥିବା ସୋନାଲୀଙ୍କ ଯାଦୁ କାମକରିନି । ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱି କୁଲଦୀପ ବିସ୍ନୋଇଙ୍କଠାରୁ ପ୍ରାୟ ୩୦ ହଜାର ଭୋଟରେ ପରାସ୍ତ ହୋଇଛନ୍ତି । ନିଜ ଟିକ୍‌ଟକ୍‌ ଭିଡିଓ ଯୋଗୁଁ ସାରା ଦେଶରେ ବେଶ୍ ଚର୍ଚ୍ଚିତ ହେବା ପରେ ଆଦମପୁର ବିଧାନସଭା ଆସନରୁ ସୋନାଲୀଙ୍କୁ ଟିକଟ୍ ଦେଇଥିଲା ବିଜେପି । ଅନ୍ୟପଟେ କୁଳଦୀପ ଲଗାତାର ତୃତୀୟଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଦୀର୍ଘ ୫୦ ବର୍ଷ ଧରି ବିସ୍ନୋଇ ପରିବାରକୁ ଭୋଟ ଦେଇଆସୁଛନ୍ତି ସ୍ଥାନୀୟ ଲୋକେ ।

ଅପରପକ୍ଷରେ ଅଲିମ୍ପିକ୍ସ୍ ପଦକ ବିଜେତା ତଥା ବିଜେପି ବିଧାନସଭା ପ୍ରାର୍ଥୀ ଯୋଗେଶ୍ୱର ଦତ୍ତଙ୍କୁ ନିରାଶ ହେବାକୁ ପଡ଼ିଛି । ଶ୍ରୀକୃଷ୍ଣ ହୁଡ୍ଡାଙ୍କ ଠାରୁ ପରାସ୍ତ ହୋଇଛନ୍ତି ଯୋଗେଶ୍ୱର । କୁସ୍ତି ରିଂରେ ନିଜ ପ୍ରତିଦ୍ୱନ୍ଦ୍ୱିଙ୍କୁ ମାତ୍ ଦେଉଥିବା ଯୋଗେଶ୍ୱର ନିର୍ବାଚନୀ ମୈଦାନରେ ଚିତ୍‌ପଟାଙ୍ଗ ମାରିଛନ୍ତି । ଏଥିସହିତ ମହିଳା କୁସ୍ତି ଯୋଦ୍ଧା ବବିତା ଫଗୋଟଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ତେବେ ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂହ ୫୩୧୪ ଭୋଟରେ ବିଜୟୀ ହୋଇଛନ୍ତି ।

')}

Leave a Reply