ନେତାଙ୍କ ଗିରଫ ବିରୋଧରେ କର୍ମୀ, CBI କାର୍ଯ୍ୟାଳୟକୁ ପଥର ମାଡ଼

1 min read

କୋଲକାତା: ନିର୍ବାଚନ ସରିଛି କିନ୍ତୁ ତାତି ଏବେ ବହୁଛି । ଦିଦି- ମୋଦି ଲଢେଇରେ ଏଣ୍ଟ୍ରି ମାରିଛି ସିବିଆଇ। ନାରଦା ଷ୍ଟିଙ୍ଗ କେସରେ ଗିରଫ ହୋଇଥିବା ତିନି ଟିଏମସି ନେତାଙ୍କ ସପକ୍ଷରେ ବାହାରିଛନ୍ତି କର୍ମୀ । ଗିରଫ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସରେ ପହଁଚିଥିଲେ । ଆଉ ଏବେ ଦଳୀୟ କର୍ମୀ ନେତାଙ୍କ ଗିରଫ ପ୍ରତିବାଦରେ ବାହାରିଛନ୍ତି । ସୂଚନା ମୁତାବକ ସିବିଆଇ କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଛନ୍ତି ଟିଏମସି କର୍ମୀ ।

ନାରଦା ମାମଲାରେ ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ , ଟିଏମସି ବିଧାୟକ ମଦନ ମିତ୍ର ଓ ପୂର୍ବତନ ବିଜେପି ନେତା ସୋବେନ୍ ଚାଟାର୍ଜୀଙ୍କୁ ଗିରଫ କରିଛି ସିବିଆଇ । ଆଜି ସକାଳେ ସିବିଆଇ ଏହି ନେତାମାନଙ୍କ ଘରେ ପ୍ରଥମେ ରେଡ୍ କରିଥିଲା । ପରେ ସେମାନଙ୍କୁ ପଚରାଉଚରା ପାଇଁ ସିବିଆଇ ଅଫିସକୁ ନେଇଥିଲା । ପଚରାଉଚରା ପରେ ସିବିଆଇ ଏମାନଙ୍କୁ ଗିରଫ କରିଥିଲା ।

ବିନା କୌଣସି ନୋଟିସରେ ତିନି ମନ୍ତ୍ରୀ, ବିଧାୟକଙ୍କୁ ଗିରଫ କରାଯିବାରୁ ସ୍ବର ଉଠାଇଛି ଟିଏମସି । ସିବିଆଇ କାର୍ଯ୍ୟାଳୟରେ ମମତା ବାନାର୍ଜୀ ପହଁଚି ମୋତେ ଗିରଫ କରାଯାଉ ବୋଲି କହିଥିଲେ । ବିଜେପି ନିର୍ବାଚନରେ ହାରିବା ପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି କରୁଥିବା ଅଭିଯୋଗ କରିଛି ଟିଏମ୍‌ସି । ଅନେକ ଟିଏମସି କର୍ମୀ ସିବିଆଇ ଅଫିସ ବାହାରେ ହଙ୍ଗାମା କରିଛନ୍ତି।

Leave a Reply