spot_img

Latest Posts

ପଶ୍ଚିମବଙ୍ଗ ଭୋଟ ଗଣତି ବେଳେ କେନ୍ଦ୍ରୀୟ କର୍ମଚାରୀ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଟିଏମସିକୁ ଝଟକା

ପଶ୍ଚିମବଙ୍ଗ ଭୋଟ ଗଣତି ବେଳେ କେନ୍ଦ୍ରୀୟ କର୍ମଚାରୀ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଟିଏମସିକୁ ଝଟକା

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ଭୋଟ ଗଣତି ବେଳେ କେନ୍ଦ୍ର ସରକାରୀ କର୍ମଚାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ଯୋଗ କର୍ମଚାରୀ ନିଯୁକ୍ତି ପ୍ରସଙ୍ଗ। ସୁପ୍ରିମକୋର୍ଟରେ ଟିଏମସିକୁ ଲାଗିଲା ଝଟକା । ନିର୍ବାଚନ କମିଶନ କିଛି ଭୁଲ୍ କରିନାହାନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଖଣ୍ଡପୀଠ କହିଛନ୍ତି, ଇସି ଯାହାକୁ ଚାହିଁବେ ନିଯୁକ୍ତ କରିପାରିବେ । କେନ୍ଦ୍ର ବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରିବେ । କେନ୍ଦ୍ର ସରକାରଙ୍କ କର୍ମଚାରୀ ନିଯୁକ୍ତି ହେଲେ ସେମାନେ କୌଣସି ଦଳକୁ ସମର୍ଥନ କରିବେ, ଏପରି ଭାବିବା ଭୁଲ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଟିଏମସି ବିଶ୍ଵାସ କରୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ପ୍ରତ୍ୟେକ କାଉଣ୍ଟିଂ ଟେବୁଲରେ ଅବଜର ଭାବେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ବା ପିଏସୟୁ କର୍ମଚାରୀ ନିଯୁକ୍ତ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବା ପରେ ବିବାଦ ସୃଷ୍ଟି ହୋଇଥିଲା । ଏପରି ହେଲେ ନିରପେକ୍ଷତା ରହିବ ନାହିଁ ବୋଲି ଅଭିଯୋଗ କରି କୋଲକାତା ହାଇକୋର୍ଟକୁ ଯାଇଥିଲା ଟିଏମସି । କିନ୍ତୁ ତାକୁ ଖାରଜ କରିଦେଇଥିଲେ ହାଇକୋର୍ଟ । ତେଣୁ ସୁପ୍ରିମକୋର୍ଟକୁ ଯାଇଥିଲା ଟିଏମସି । ସେଠାରେ ବି ତାକୁ ଝଟକା ଲାଗିଛି ।

Latest Posts

Don't Miss