ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସଂକ୍ରମଣ, ୧୨ ହଜାର ୩୯୦ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୧୨ ହଜାର ୩୯୦ ପଜିଟିଭ । କ୍ବାରେଣ୍ଟାଇନରୁ ୬ହଜାର ୯୩୮ ସଂକ୍ରମିତ ବାହାରିଥିବା ବେଳେ, ଲୋକାଲ କେସ ରହିଛି ୫ ହଜାର ୪୫୨ । ସେହିପରି ଆଉ ୨୨ ଜୀବନ ନେଇଛି ମହାମାରୀ । ଦ୍ବିତୀୟ ଲହରରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ଶହେ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।

ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୮୮୨, କଟକରୁ ୭୧୯, ସମ୍ବଲପୁରରୁ ୬୭୭, ଅନୁଗୁଳରୁ ୫୩୨, ବରଗଡ଼ରୁ ୫୦୭, ମୟୂରଭଞ୍ଜରୁ ୪୮୦, ପୁରୀରୁ ୪୬୯, ବଲାଙ୍ଗୀରରୁ ୪୬୧, ଯାଜପୁର ୪୩୬, ଝାରସୁଗୁଡ଼ାରୁ ୪୧୩, ଭଦ୍ରକରୁ ୪୧୨, ଗଂଜାମରୁ ୩୮୭, ନବରଙ୍ଗପୁରରୁ ୩୬୨ ଓ ଷ୍ଟେଟପୁଲରୁ ୩୫୨ ଆକ୍ରାନ୍ତ ଅଛନ୍ତି ।

ସେହିପରି ବାଲେଶ୍ବରରୁ ୩୪୦, ନୟାଗଡରୁ ୩୦୧, ଜଗତସିଂହପୁରରୁ ୨୫୯, କୋରାପୁଟରୁ ୨୪୬, ବୌଦ୍ଧରୁ ୨୨୮, କଳାହାଣ୍ଡିରୁ ୨୧୦, କେନ୍ଦୁଝରରୁ ୨୦୮, ନୂଆପଡ଼ାରୁ ୨୦୪, ରାୟଗଡ଼ା ୧୮୭, ସୋନପୁର ୧୭୮, ଢେଙ୍କାନାଳରୁ ୧୭୪, କେନ୍ଦ୍ରାପଡ଼ାରୁ ୧୩୭, ଗଜପତିରୁ ୧୧୫, ଦେବଗଡ଼ରୁ ୧୦୮, ମାଲକାନଗିରିରୁ ୧୦୩ ଓ କନ୍ଧମାଳରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply