ଦେଶରେ ସୁଧୁରୁଛି କରୋନା ସ୍ଥିତି,୨୪ ଘଣ୍ଟାରେ ଦେଶରେ ବାହାରିଲେ ୮୦ ହଜାରରୁ ଅଧିକ ପଜିଟିଭ୍, ୩୩୦୩ ମୃତ

ଦେଶରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୮୦ହଜାର ୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଦେଶରେ । ଦେଶର ଦୈନିକ ପଜିଟିଭ ହାର ୪.୨୫ ପ୍ରତିଶତ ରହିଛି । ଦେଶର ସୁସ୍ଥତା ହାର ବଡୁଛି । ୯୫.୨୬ ପ୍ରତିଶତ ହାରରେ ସୁସ୍ଥ ହୋଉଛନ୍ତି ଆକ୍ରାନ୍ତ । ୨୪ ଘଣ୍ଟାରେ ଲକ୍ଷେ ୩୨ହଜାର ୬୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ୩ହଜାର ୩୦୩ ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍ । ମୋଟ୍ କରୋନା ପଜିଟଭ ସଂଖ୍ୟା ୨କୋଟି ୯୪ଲକ୍ଷ ୩୯ହଜାର ୯୮୯ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୨କୋଟି ୮୦ ଲକ୍ଷ ୪୩ହଜାର ୪୪୬ । ଆକ୍ଟିଭ କେସ୍ ୧୦ଲକ୍ଷ ୨୬ହଜାର ୧୫୯ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୭୦ହଜାର ୩୮୪ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Leave a Reply