ଦେଶରେ ୧୨ ଦିନରେ ଦୁଇ ଗୁଣା କରୋନା ଆକ୍ରାନ୍ତ, ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଚିନ୍ତା ବଢାଉଛି  କରୋନା । ଦେଶରେ ୩୪ ହଜାର ପାରକରିଛି  କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ବି ୧୧୦୦ ପାର କରି ସାରିଛି । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପ୍ରତିଶତ ରହିଛି ୨୫.୧୯ । ଦେଶରେ ୧୧ ଦିନରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାରରୁ ଅଧିକ ଜଣଙ୍କ ପଜିଟିଭ ରିପୋର୍ଟ ଆସଛି । ସେପଟେ ମହାରାଷ୍ଟ୍ରରେ ପତିଦିନ  ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଠାରେ ୯ ହଜାର ୯ ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୁଜରାଟରେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ୩୧୪ରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର

ଏଠାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩୯୫ ପାରକରିଥିବା ବେଳେ  ୨୧୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ଦିଲ୍ଲୀରେ କିନ୍ତୁ  କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ  କୈାଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଏବେବି ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୩୯ ରହିଛି । ସେପଟେ ରାଜସ୍ଥାନରେ ୨ ହଜାର ୫ ଶହ ପାରକରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା ୫୮ ରହିଛି ।

ତେବେ ଦେଶର ବିଭିନ୍ନ ସ୍ଥାନରୁ ଏବେ ପ୍ରବାସୀ ମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ବସ୍‌ ଏବଂ ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଏହି ସମୟରେ ସାମାଜିକ ଦୂରତାକୁ ନଜରରେ ରଖିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ପ୍ରବାସୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ କ୍ୱାରେଣ୍ଟାଇନରେ ରଖିବା ପାଇଁ ଗୃହମନ୍ତ୍ର।ଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ପରିମାଣରେ ଟେଷ୍ଟ କିଟ୍‌ ଓ ପିପିଇ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।

Leave a Reply