ବିଷ ହେଲା ଯମୁନା ପାଣି, ବିଷାକ୍ତ ପାଣିରେ ବୁଡ଼ ପକାଇବାକୁ ବାଧ୍ୟ ହେଲେ ଛଟ୍ ବ୍ରତଧାରୀ

ନୂଆଦିଲ୍ଲୀ: ବିଷ ହେଲା ଯମୁନା ପାଣି । କଳ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ବିଷାକ୍ତ ବାୟୁ ଯୋଗୁଁ ଯମୁନା ନଦୀର ଜଳରେ ଆମୋନିଆ ମାତ୍ରା ବୃଦ୍ଧି ହୋଇଛି । ଯାହାଫଳରେ ନଦୀ ପାଣିରେ ବରଫ ଭଳି ଆସ୍ତରଣ ଭାସୁଥିବା ଦେଖାଯାଇଛି । ଯମୁନା ଜଳ ପ୍ରଦୂଷିତ ହେବା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିଛି । ସେପଟେ ଆଜିଠାରୁ ଛଟ୍ ପୂଜା ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀବାସୀ ଯମୁନାର ସେହି ବିଷାକ୍ତ ପାଣିରେ ବୁଡ଼ ପକାଇଛନ୍ତି ।

ଛଟ୍ ପୂଜାରେ ନଦୀରେ ବୁଡ଼ ପକାଇଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ବାସ ରହିଥିବା ବେଳେ ଆଜି ପ୍ରଥମ ଦିନରେ ଶହ ଶହ ଲୋକ ବୁଡ଼ ପକାଇଛନ୍ତି । ଦିଲ୍ଲୀର କାଳନ୍ଦୀ କୁଞ୍ଜ ଅଞ୍ଚଳରେ ଯମୁନା ନଦୀରେ ଏଭଳି ଧଳା ଧଳା ଫେଣ ଭାସୁଥିବା ବେଳେ ସେହି ପାଣିରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଯମୁନା ପାଣିରେ ଆମୋନିଆର ମାତ୍ରା ବଢ଼ିଯିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ଆଖପାଖ ରାଜ୍ୟରେ ନଡ଼ା ଜଳାଯିବା ଓ ଦୀପାବଳିରେ ବାଣ ଫୁଟାଯିବା ଦିଲ୍ଲୀର ବାୟୁ ପ୍ରଦୂଷଣ ଓ ଯମୁନା ଜଳରେ ଆମୋନିଆର ମାତ୍ରା ବୃଦ୍ଧି କାରଣ ପାଲଟିଛି ।

ଅନ୍ୟପଟେ ଯମୁନା ନଦୀରେ ଆମୋନିଆ ପ୍ରଦୂଷଣ ବୃଦ୍ଧି ପାଇବା ପରେ ଅନେକ ଅଞ୍ଚଳରେ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ସୋନିଆ ବିହାର, ଓ୍ବାଜିରାବାଦ, ଚନ୍ଦ୍ରଓ୍ବାଲ ଆଦି ଅଞ୍ଚଳରେ ଜଳ ଯୋଗାଣ ପ୍ରଭାବିତ ହୋଇଛି ବୋଲି ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ କୁହାଯାଇଛି ।

Leave a Reply