ନନ୍ଦିଘୋଷ ବ୍ୟୁରୋ : ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରିବାର ପ୍ରଥମ ଫଟୋ ଛାଡ଼ିଲା ଆମେରିକା। ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋଙ୍କୁ ଗିରଫ ପରେ ପ୍ରଥମ ଫଟୋ ପ୍ରଦାନ କରିଛି ଆମେରିକା । ମାଦୁରୋଙ୍କ ଆଖିରେ ପଟି ବାନ୍ଧି ଦିଆଯାଇଛି ଯାହା ଦ୍ୱାରା ସେ ତାଙ୍କ ଚାରିପାଖରେ କିଛି ଦେଖିପାରିବେ ନାହିଁ। ସେ ଇୟରମଫ୍ ମଧ୍ୟ ପିନ୍ଧିଛନ୍ତି। ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ଏକ ଆମେରିକୀୟ ଯୁଦ୍ଧଜାହାଜ ମାଧ୍ୟମରେ କାରାକାସରୁ ଆମେରିକା ପଠାଯାଉଛି। ତା’ପରେ ତାଙ୍କୁ ହେଲିକପ୍ଟର ଯୋଗେ ନ୍ୟୁୟର୍କ ନିଆଯିବ। ଶବ୍ଦ ଯୋଗୁଁ ସେ ଇୟରମଫ୍ ପିନ୍ଧିଛନ୍ତି। ତାଙ୍କ ପାଖରେ ଏକ ଛୋଟ, ଅଧା ଖାଲି ପାଣି ବୋତଲ ମଧ୍ୟ ଅଛି। ଆଖିରେ କଳାପଟି, ହାତକଡ଼ି, ହାତରେ ପାଣି ବୋତଲ ଧରିଥିବାରୁ ଏକ ଫଟୋ ଜାରି କରିଛି ଆମେରିକା। ଆମେରିକା ହେପାଜତରୁ ମାଡୁରୋଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଆମେରିକା ଭେନେଜୁଏଲାରାଜଧାନୀ କାରାକାସ ସମେତ ଅନେକ ଲକ୍ଷ୍ୟସ୍ଥଳରେ ବୋମା ମାଡ଼ କରିଥିଲା। ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଟ୍ରମ୍ପ ଦାବି କରିଥିଲେ ଯେ ମାଦୁରୋ ଏବଂ ତାଙ୍କ ପତ୍ନୀ ଆମେରିକାର ହେପାଜତରେ ଅଛନ୍ତି। ଆମେରିକୀୟ ସେନା ତୁରନ୍ତ ରାଷ୍ଟ୍ରପତି ମାଦୁରୋଙ୍କୁ ଆମେରିକାକୁ ନେଇଥିଲା। ଆମେରିକା କାହାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅପରେସନକୁ ଲାଇଭ୍ ଦେଖିବା ଏକ ଟିଭି ଶୋ ଭଳି ଥିଲା ବୋଲି କହିଥିଲ ଟ୍ରମ୍ପ। ଆମେରିକାର ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ମାଡୁରୋଙ୍କ ବିରୁଦ୍ଧରେ ନ୍ୟୁୟର୍କରେ ବିଚାର କରାଯିବ। ମାଦୁରୋଙ୍କ ବିରୁଦ୍ଧରେ ନିଶା କାରବାର ଷଡଯନ୍ତ୍ର, କୋକେନ୍ ଆମଦାନୀ କରିବା, ମେସିନ୍ ଗନ୍ ଏବଂ ବିନାଶକାରୀ ଉପକରଣ ରଖିବା ଏବଂ ଆମେରିକା ବିରୁଦ୍ଧରେ ମେସିନ୍ ଗନ୍ ଏବଂ ବିନାଶକାରୀ ଉପକରଣ ରଖିବାର ଷଡଯନ୍ତ୍ର ଅଭିଯୋଗ ହୋଇଛି। ସେ ଖୁବ୍ ଶୀଘ୍ର ଆମେରିକାର କୋର୍ଟରେ ସମ୍ମୁଖୀନ ହେବେ ।

