spot_img

Latest Posts

ଦିନକରେ ଉଡାଇଦେବାକୁ ଇରାନକୁ ଧମକ ଦେଲେ ଟ୍ରମ୍ପ..

ନନ୍ଦିଘୋଷ ବ୍ୟୁରୋ : ଟ୍ରମ୍ପଙ୍କ ପୁଣି ଦାଦାଗିରି। ଇରାନକୁ ଧମକ। ଚାହିଁବି ତ ଦିନକରେ ଉଡ଼ାଇ ଦେବି। ପୁରା ଧ୍ଵଂସ କରିଦେବି। ଗୋଟିଏ ଘଣ୍ଟାରେ ଦେଶର ସମସ୍ତ ଶକ୍ତି କେନ୍ଦ୍ର, ଭିତ୍ତିଭୂମି ମାଟିରେ ମିଶାଇ ଦେବି। ମୁଁ ସେମିତି କରିବାକୁ ଚାହୁଁ ନାହି। କିନ୍ତୁ ଯଦି କରିବି, ତେବେ ମରାମତି କରିବାକୁ ଇରାନକୁ ଲାଗିବ ୧୦ ବର୍ଷ। ଇରାନର ସବୁ ବ୍ରିଜକୁ ଧ୍ଵଂସ କରିିଦେବି ବୋଲି ମଧ୍ୟ ସେ ଧମକ ଦେଇଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନ ବିଫଳ ହେବା ପରେ ଏହି ଧମକ ଦେଇଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଇରାନ ପାଖରେ କୌଣସି କାର୍ଡ ନାହିଁ। ସବୁ କାର୍ଡ ଆମ ପାଖରେ। ଇରାନ ବାଧ୍ୟ ହୋଇ ଆମ ପାଖକୁ ଆସିବ ଓ ସନ୍ଧି କରିବା ପାଇଁ ରାଜି ହେବ। ଆମେ ଯାହା କହିବୁ, ତାହା ଦେବାକୁ ଓ ସବୁ କଥା ମାନିବାକୁ ତେହେରାନ ବାଧ୍ୟ ହେବ ବୋଲି କହିଛନ୍ତି ଟ୍ରମ୍ପ। ଏହା ଆଗରୁ ବି ଥରେ ସେ କହିଥିଲେ, ଗୋଟିଏ ଦିନରେ ପୁରା ଗୋଟିଏ ସଭ୍ୟତାକୁ ମାଟିରେ ମିଶାଇ ଦେବ ଆମେରିକା। ଏହାକୁ ସେତେବେଳେ ଘୋର ନିନ୍ଦା କରାଯାଇଥିଲା। ଆଲୋନଚା ଫେଲ୍ ମାରିବା ପରେ ହର୍ମୁଜ ପ୍ରଣାଳୀକୁ ପୁରାପୁରି ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସାମୁଦ୍ରିକ ପଥରେ କୌଣସି ଜାହାଜକୁ ଯିବା ଆସିବା ପାଇଁ ଦିଆଯିବନି ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ। ଇରାନ ଯଦି କାହା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ଭୟଙ୍କର ପରିଣତି ଭୋଗିବ ବୋଲି ଦେଇଛନ୍ତି ଚେତାବନୀ।

Latest Posts

Don't Miss