ପାକିସ୍ତାନରେ ପଶିଲା ଆତଙ୍କବାଦୀ ସଙ୍ଗଠନ, ଜୀବନ ବଞ୍ଚାଇ ଦୌଡିଲେ ଯବାନ

ଇସଲାମାବାଦ: ପାକିସ୍ତାନର ଚିନ୍ନାଲ ଜିଲ୍ଲାକୁ କବଜା କଲା ଆତଙ୍କବାଦୀ ସଙ୍ଗଠନ ତହରିକ ଏ ତାଲିବାନ ପାକିସ୍ତାନ (ଟିଟିପି) । ହଜାର ହଜାର ସଂଖ୍ୟାରେ ଆତଙ୍କବାଦୀ ଏଠାରେ ପାକିସ୍ତାନୀ ସେନା ଯବାନଙ୍କୁ ବନ୍ଦୀ ରଖିଛନ୍ତି  । ଖୈବର ପାନତୁନଖା ପ୍ରାନ୍ତ ଚିନ୍ନାଲ ଜିଲ୍ଲାରେ ଆକ୍ରମଣ କରି ଅଧିକାଂଶ ଗାଁକୁ ଆତଙ୍କବାଦୀ କବଜା କରିଛନ୍ତି  । ଅନେକ ପାକିସ୍ତାନ ଯବାନଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ଖବର ବି ସାମନାକୁ ଆସୁଛି  ।

ଟିଟିପି ଦାବି କରିଛି ଯେ ବୁଧବାର ଭୋର ୪ଟାରେ ଅପରେସନ ଆରମ୍ଭ କରି ଚିନ୍ନାଲ କବଜା କରିଛି  । ଏଠାରେ ଇଣ୍ଟରନେଟ ସେବା ଖରାପ ଥିବାରୁ ଖୁବଶୀଘ୍ର କବଜା କରିଥିବା ଅଞ୍ଚଳର ଫଟୋ ସେୟାର କରିବ ବୋଲି ଟିଟିପି କହିଛି  । ପାକିସ୍ତାନୀ ସେନାର ୭୫ ଯବାନଙ୍କୁ ସେମାନେ ବନ୍ଧକ ରଖିଛନ୍ତି  । ସେହିପରି ଗୁଳି ବିନିମୟରେ ସେନାର ୧୦ ଯବାନ ପ୍ରାଣ ହରାଇଛନ୍ତି  ।

ରିପୋର୍ଟ ମୁତାବକ ଏହି ଆକ୍ରମଣର ପ୍ରସାରଣ ନ କରିବା ପାଇଁ ପାକିସ୍ତାନୀ ମିଡିଆରେ ପ୍ରତିବନ୍ଧକ ଲଗାଯାଇଛି  । ପାକିସ୍ତାନୀ ସେନା ମିଛ ଖବର ପ୍ରଚାର କରି କହୁଛି ଯେ ଟିଟିପି ଆଫଗାନିସ୍ତାନ କ୍ଷେତ୍ରର ବ୍ୟବହାର କରୁଛି  । ଚିନ୍ନାଲର ସ୍ଥାନୀୟ ବାସିନ୍ଦା ଆମକୁ ଏହା ଜଣାଇବା ପରେ ଆକ୍ରମଣ ହୋଇଛି ବୋଲି ଆତଙ୍କବାଦୀ ସଙ୍ଗଠନ କହୁଛି  । ସେପଟେ ଚିନ୍ନାଲ ବାସିନ୍ଦା ଟିଟିପିକୁ ସମର୍ଥନ କରୁଥିବା ସଙ୍ଗଠନ ଦାବି କରିଛି  ।

 

ପାକିସ୍ତାନ ପିଏମଓ ଓ ସୂଚନା ମନ୍ତ୍ରାଳୟ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି  । ସେପଟେ ଖିପ୍ରୋ, ସଂଘାର ଓ ସିନ୍ଧରେ ସାମ୍ପ୍ରଦାୟିକ ହିଂସା ମୁଣ୍ଡ ଟେକିଛି । କାପୁରରେ କର୍ବଲାର ୪୦ ତମ ଶ୍ରାଦ୍ଧ ବାର୍ଷିକୀରେ ରାଲି ବାହାରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି  । ସେଠାକାର ବାସିନ୍ଦା ପରସ୍ପରକୁ ଲାଠି ଓ ଟେକା ପଥର ମାଡ କରି ଆକ୍ରମଣ କରୁଛନ୍ତି  ।