୧୩ ବର୍ଷ ବୟସରେ ବୋହୁଛି ଟ୍ୟୁମରର ବୋଝ, କଅଁଳ ବୟସରେ ଚାଲିଛି ବଞ୍ଚିବାର ସଂଘର୍ଷ

ପୁରୀ: କାନ୍ଧରେ ବହି ବ୍ୟାଗର ବୋଝ ବୋହିବା ବୟସରେ ବୋହୁଛନ୍ତି ଟ୍ୟୁମରର ବୋଝ । ଖେଳକୁଦ ବୟସରେ ଲଦି ହୋଇପଡ଼ିଛି ଅକଥନୀୟ ଯନ୍ତ୍ରଣା । ଇଚ୍ଛ ସାଙ୍ଗ ସାଥିଙ୍କ ସହ ସ୍କୁଲ ଯିବାକୁ, କିନ୍ତୁ ପଛରୁ ଟାଣି ଧରୁଛି କଷ୍ଟ । ପୁଅକୁ ଭଲ କରିବା ପାଇଁ ବାପା ଚାହୁଁଥିଲେ ମଧ୍ୟ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ବୋନ ଟ୍ୟୁମରରେ ପୀଡିତ ହୋଇ କଲବଲ ହେଉଛନ୍ତି  ଚନ୍ଦନପୁର ଗଙ୍ଗାନାରାୟଣପୁରର ୧୩ବର୍ଷର ଅଭୟ । ହରଚଣ୍ଡି ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଅଭୟ । ଗତ ୬ ମାସ ତଳେ ବାମ କାନ୍ଧରେ ଗୋଟିଏ ସ୍ଥାନ ଫୁଲିଥିଲା ।

ତାପରେ ଧୀରେ ଧୀରେ ଏହା ବଢିବା ସହ ବଡ଼ ହେବାକୁ ଲାଗିଲା । ପ୍ରଥମେ ଚନ୍ଦନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପରେ ପୁରୀ ବଡ଼ଡାକ୍ତରଖାନାରେ ଏକ ମାସ ଧରି ଚିକିତ୍ସା ହୋଇଥିଲେ । ଶେଷରେ କଟକ ବଡଡାକ୍ତରଖାନାରେ ୩ରୁ ୪ମାସ ଧରି ଚିକିତ୍ସା ସତ୍ୱେ ସରକାରୀ ସହଯୋଗ ପାଇବାରୁ ବଞ୍ଚିତ ରହିଲେ ଅଭୟ । ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।

କଟକ ରେ ୩/୪ ମାସ ଚିକିତ୍ସା ପରେ କର୍କଟ ରୋଗ ଆଡ଼କୁ ଗତି କରୁଛି ବୋଲି ଡାକ୍ତର କହିଛନ୍ତି । ଅପରେସନ ତ ଦୂରର କଥା  ଅର୍ଥାଭାବ ପାଇଁ ଟେଷ୍ଟ ମଧ୍ୟ କରିବାକୁ ଅକ୍ଷମ ଅଭୟଙ୍କ ପରିବାର । ସରକାରୀ ସହାୟତା ପାଇଁ ଅଫିସ ଦୌଡିଲେ ମଧ୍ୟ ସାହାର୍ଯ୍ୟ ଟିକେ ପାଉନାହାନ୍ତି ଅଭୟ ।

Leave a Reply