୫୦୦ ବିବାଦୀୟ ଆକାଉଣ୍ଟ ବନ୍ଦ କଲା ଟୁଇଟର

ନୂଆଦିଲ୍ଲୀ: ୫୦୦ ବିବାଦୀୟ ଆକାଉଣ୍ଟ ବନ୍ଦ କଲା ଟୁଇଟର। ହଟିଲା ଆପତ୍ତିଜନକ ହାସ୍ଟାଗ୍। କେତେକ ଆକାଉଣ୍ଟରୁ କରାଯାଉଥିବା ବିବାଦୀୟ ପୋଷ୍ଟ ନେଇ ଭାରତ ସରକାର ଟୁଇଟରକୁ ଜବାବ ମାଗିଥିଲେ । ଯାହା ଉତ୍ତରରେ ୫୦୦ ଆକାଉଣ୍ଟ ବନ୍ଦ କରିବା ସହ ବିବାଦ ସୃଷ୍ଟିକାରୀ ହାସ୍ଟାଗ୍ ହଟାଇ ଦିଆଯାଇଥିବା କହିଛି ଟୁଇଟର । ଭାରତ ସରକାରଙ୍କ ଆପତ୍ତି ପରେ କେତେକ ଆକାଉଣ୍ଟକୁ ବନ୍ଦ କରାଯିବା ସହ ହାସ୍ଟାଗ୍ ହଟାଯାଇଥିଲା ।

ହେଲେ ଯାଞ୍ଚ ପରେ ଏହାର କଣ୍ଟେଣ୍ଟ ଭାରତୀୟ ଆଇନ ମୁତାବକ ହୋଇଥିବାରୁ ପରେ ସେଗୁଡ଼ିକ ରିଷ୍ଟୋର କରି ଦିଆଯାଇଛି ବୋଲି ଟୁଇଟର ପକ୍ଷରୁ କୁହାଯାଇଛି । ଜାନୁୟାରୀ ୨୬ ଲାଲ୍ କିଲ୍ଲାରେ ପରେ ଆଇନ ଉଲ୍ଲଂଘନ କରି ପରିସ୍ଥିତିକୁ ବିଗାଡ଼ିବା ଭଳି ଟୁଇଟ୍ କରୁଥିବା ଆକାଉଣ୍ଟଗୁଡ଼ିକ ଉପରେ ଟୁଇଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ କୌଣସି ମିଡିଆ ହାଉସ୍, ସାମ୍ବାଦିକ କିମ୍ବା କୌଣସି ଆକ୍ଟିଭିଷ୍ଟଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇନି ବୋଲି ଟୁଇଟର ସ୍ପଷ୍ଟ କରିଛି ।

Leave a Reply