ଘରକୁ ଫେରୁଥିବାବେଳେ କୂଅରେ ପଡି ଦୁଇ ନାବାଳିକାଙ୍କ ମୃତ୍ୟୁ

କାମାକ୍ଷାନଗର: କୂଅରେ ପଡି ଦୁଇ ନାବାଳିକାଙ୍କ ମୃତ୍ୟୁ  । ମୃତକ ହେଲେ ଭୁବନ ଥାନା କହେଁଇପାଳ ଗ୍ରାମର ପ୍ରଦୀପ ପାତ୍ରଙ୍କ 6 ବର୍ଷର ଝିଅ ପ୍ରିୟଙ୍କା ଓ ଶେଷ ପାତ୍ରଙ୍କ 5ବର୍ଷର ଝିଅ ସ୍ମୃତି  । ଉଭୟ ସମ୍ପର୍କୀୟ ଭଉଣୀ  । ଦୁଇଜଣ ଆଜି ସନ୍ଧ୍ୟାରେ ଦୋକାନରୁ ଘରକୁ ଫେରୁଥିବାବେଳେ ଗ୍ରାମ ନିକଟରେ ଥିବା ଏକ କୂଅରେ ଖସି ପଡ଼ିଥିଲେ  ।

ପରିବାର ଲୋକ ଖୋଜାଖୋଜି କରି ଉଭୟଙ୍କୁ କୂଅରୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ନେଇଥିଲେ  । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ  । ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।

Leave a Reply