ଭାରତ ଆସୁଥିବା ମହିଳାଙ୍କ ପାଇଁ ଆଡଭାଇଜରି ଜାରି କଲେ ୟୁରୋପ ଓ ଆମେରିକା

1 min read

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଭାରତ ଅସୁରକ୍ଷିତ । ଚିନ୍ତାବ୍ୟକ୍ତ କଲେ ୟୁରୋପ, ଆମେରିକା । ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା ଦୁଷ୍କର୍ମ, ନାରୀ ନିର୍ଯାତନାକୁ ନେଇ ଭାରତ ପୁଣି ବିଶ୍ୱ ସ୍ତରରେ ନିନ୍ଦିତ ହୋଇଛି । ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବା ଘଟଣାକୁ ନେଇ ଆଡଭାଇଜରି କରିଛନ୍ତି ୟୁରୋପ, ଆମେରିକା । ଭାରତରେ ରହୁଥିବା ଓ ଗସ୍ତରେ ଆସୁଥିବା ୟୁରୋପୀୟ ଓ ଆମେରିକୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି ।ଆମେରିକା ଭାରତକୁ ସିକ୍ୟୁରିଟି-୨ ଲିଭେଲରେ ରଖିଛି । ଭାରତରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣା ପାଇଁ ଆମେରିକା ତାର ନାଗରିକଙ୍କୁ ସତର୍କ କରାଇଛି । ପର୍ଯ୍ୟଟନ ସ୍ଥଳ ଓ ଅନ୍ୟ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ଆମେରିକୀୟ ନାଗରିକଙ୍କୁ କୁହାଯାଇଛି । ସେହିଭଳି ବ୍ରିଟିଶ ସରକାର ମଧ୍ୟ ଆଡଭାଇଜରି ଜାରି କରିଛନ୍ତି ।ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁସାରେ, ୨୦୧୭ ମସିହାରେ ଦେଶରେ ୩୨ ହଜାର ୫୫୯ଟି ଦୁଷ୍କର୍ମ ରିପୋର୍ଟ ହୋଇଛି । ୩ ଲକ୍ଷ ୬ ହଜାର ଅପରାଧ କେବଳ ମହିଳାଙ୍କ ସହ ଘଟିଛି । ଯେତେବେଳେ କି ୨୦୧୫ ମସିହାରେ ଏହା ୩ ଲକ୍ଷ ୩ ହଜାର ଥିଲା ।

Leave a Reply