ଭାରତ ଫେରିବେ ପଳାତକ ନିରବ ମୋଦି

1 min read
UK government approves extradition of Nirav Modi

ନୂଆଦିଲ୍ଲୀ: ଭାରତ ଫେରିବେ ପଳାତକ ନିରବ ମୋଦି । ଇଂଲଣ୍ଡ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ପରେ  ନିରବ ମୋଦି ଭାରତ ଫେରିବା ସମ୍ଭାବନା ବଢିଛି । ପୂର୍ବରୁ ନିରବଙ୍କ ଭାରତ ପ୍ରତ୍ୟାବର୍ତ୍ତନ ନେଇ ୟୁକେର ୱେଷ୍ଟ ମିନିଷ୍ଟର କୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାର ଦୁଇ ମାସ ପରେ ଅର୍ଥାତ୍ ଆଜି ଇଂଲଣ୍ଡ ଗୃହ ମନ୍ତ୍ରଣାଳୟ ଏଥିଲାଗି ଗ୍ରୀନ୍ ସିଗନାଲ ଦେଇଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଠକେଇ କରି ଭାରତରୁ ପଳାଇଥିଲେ ହୀରା ବ୍ୟବସାୟୀ ନିରବ ମୋଦି ।

ଇଂଲଣ୍ଡରୁ ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଥଲେ । ମାମଲା କୋର୍ଟରେ ଚାଲିଥିବା ବେଳେ ନିରବଙ୍କ ପ୍ରତ୍ୟାବର୍ତ୍ତନକୁ ସେଠାକାର ସରକାର ମଞ୍ଜୁରୀ ଦେଇଛନ୍ତି । ନିରବ ଏବେ ଇଂଲଣ୍ଡର ଏକ ଜେଲରେ ଅଛନ୍ତି । ଭାରତରେ ନିରବ ମୋଦିଙ୍କ ନାଁରେ ଠକେଇ ଓ ମନି ଲଣ୍ଡରିଂ ମାମଲା ରହିଛି । ସିବିଆଇ ଠକେଇ ମାମଲରେ ତଦନ୍ତ କରୁଥିବା ବେଳେ ମନି ଲଣ୍ଡରିଂ ମାମଲାର ତଦନ୍ତ ଭାର ନେଇଛି ଇଡି ।

Leave a Reply