ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଏନଏସଏ ଅଜିତ ଡୋଭାଲ ଚୀନକୁ କହିଲେ ଏମିତି କଥା……

1 min read

ନୂଆଦିଲ୍ଲୀ:  ରବିବାର ସକାଳ ୮ଟା ୪୫ ସମୟରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସୂଚନା ଦେଇଛନ୍ତି, ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଗାଲଭାନ୍ ଉପତ୍ୟକାର Y- ଜଙ୍କସନରୁ  ସୈନିକ ମାନଙ୍କୁ ପଛ ବେସ କ୍ୟାମ୍ପ ଆଡକୁ ନେଇଯାଉଛି । ସେହି ଦିନ ସନ୍ଧ୍ୟା ୫ ଟାରୁ ୬ ଟା ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଥିଲେ।

ଆଲୋଚନା ସମୟରେ ଅଜିତ ଡୋଭାଲ ପୂର୍ବ ଲଦାଖର ୧୫୯୭ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ର ଚାରି ପଏଣ୍ଟରେ ଭାରତୀୟ ସେନାର ପେଟ୍ରୋଲିଂ ଅଧିକାରକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ ।

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟା ସୁଦ୍ଧା ଚୀନ୍ ଦୁଇ ଦେଶ ମଧ୍ୟରେ ଗତିରୋଧ କରୁଥିବା ଚାରି ପଏଣ୍ଟ୍ ଗଲୱାନ୍, ଗୋଗ୍ରା, ହଟ୍ ସ୍ପ୍ରିଙ୍ଗସ୍ ଏବଂ ପୈଙ୍ଗୋଙ୍ଗରୁ ଓହରିଯିବା ଆରମ୍ଭ କରିଛି । ଭାରତୀୟ ସେନା ମଧ୍ୟ ଗାଲଭାନରେ ଥିବା ବେସ୍ କ୍ୟାମ୍ପକୁ ଫେରିଥିଲେ । ସୈନିକମାନେ ପ୍ରଥମେ ଗୋଗ୍ରା (ପେଟ୍ରୋଲିଂ ପଏଣ୍ଟ ୧୫) ଏବଂ ହଟ୍ ସ୍ପ୍ରିଙ୍ଗ୍ସ (ପେଟ୍ରୋଲିଂ ପଏଣ୍ଟ ୧୭) ରୁ ଫେରିବା ଆରମ୍ଭ କଲେ । ଏହି ସମୟରେ, ଚାଇନାର ସୈନିକମାନେ ଫିଙ୍ଗର ୪ ଉପରେ ନିର୍ମିତ ସଂରଚନା ମଧ୍ୟ ଶେଷ କରୁଥିଲେ ।

ଏହି ଘଟଣା ବିଷୟରେ ଅବଗତ ଥିବା ଲୋକମାନେ କହିଛନ୍ତି, ଚୀନ୍ ସୈନ୍ୟ ସମ୍ପୂର୍ଣ୍ଣ ଓହରି ନଯିବା ପର୍ଯ୍ୟନ୍ତ ଭାରତୀୟ ସୈନିକମାନଙ୍କ ଦ୍ୱାରା କୌଣସି ଭୁଲ୍ ହେବ ନାହିଁ । ଏହା LAC ରେ ବିସ୍ଥାପନ ପାଇଁ ନିଆଯାଇଥିବା ପ୍ରଥମ ପଦକ୍ଷେପ । ଅନ୍ୟପକ୍ଷରେ, ଅଜିତ ଡୋଭାଲ ଏବଂ ୱାଙ୍ଗ ୟି ଏକମତ ହୋଇଛନ୍ତି ଯେ ଉଭୟ ପକ୍ଷର ଅବରୋଧିତ ସ୍ଥାନରେ ପେଟ୍ରୋଲିଂ କରିବାର ଅଧିକାର ରହିବ । ତେବେ ସୀମା ବିବାଦ ଉପରେ Working Mechanism for Consultation and Coordination (WMCC)  ଖୁବ ଶୀଘ୍ର ବୈଠକ କରିବ। ତିନି ସପ୍ତାହ ପରେ ଆଲୋଚନା ପାଇଁ ଦୁଇଟି ବୈଠକ ସ୍ଥିର ହୋଇଛି ।

ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସମନ୍ୱୟ ରକ୍ଷା କରି ଜୁନ୍ ୧୭ରେ ଏସଆର ୱାଙ୍ଗ ୟିଙ୍କ ସହ ବାର୍ତ୍ତାଳାପ ବେଳେ ଭାରତର ଇଚ୍ଛା ବିଷୟରେ କହିଥିଲେ । ବାର୍ତ୍ତାଳାପ ସମୟରେ ଦୁଇ ଦେଶ ପରସ୍ପର ଉପରେ ସୀମାରେ ଝଗଡ଼ା ଆରମ୍ଭ କରିଥିବା ଅଭିଯୋଗ କରିଥିଲେ ।

 

Leave a Reply