ଆବଶ୍ୟକ ପଡ଼ିଲେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଅମିତ ଶାହଙ୍କ ପ୍ରତିଶ୍ରୁତି

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମ୍ଭାବ୍ୟ ବାତ୍ୟା ‘ଅମ୍ପାନ’ ମୁକାବିଲା ସମ୍ପର୍କରେ କଥା ହେଲେ । କେନ୍ଦ୍ରମନ୍ତ୍ରୀଙ୍କୁ ‘ଅମ୍ପାନ’ର ମୁକାବିଲା ନେଇ ରାଜ୍ୟର ପ୍ରସ୍ତୁତି ନେଇ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆବଶ୍ୟକ ସ୍ଥଳେ ସମସ୍ତ ସହଯୋଗ ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ଅମିତ ଶାହା ।

ସୂଚନା ଯୋଗ୍ୟ ଯେ, ଗତ ୪ ଦିନ ଧରି ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ମୁଖ୍ୟତଃ ଉତ୍ତର ଓଡ଼ିଶାର ୪ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା କରାଯାଉଥିଲେ ହେଁ ମୋଟ ୧୨ ଟି ଜିଲ୍ଲାକୁ ସତର୍କ କରାଇଦିଆଯାଇଛି । ସମସ୍ତ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ନେଇ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଅମ୍ଫାନ ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ର କ୍ୟାବିନେଟ୍ ସେକ୍ରେଟେରୀ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ପ୍ରଭାବିତ ଆଶଙ୍କା ରାଜ୍ୟ ସଚିବଙ୍କ କଥା ହୋଇଛନ୍ତି । ଆବଶ୍ୟକ ପଡ଼ିଲେ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ଦିଆଯିବ ବୋଲି କୁହାଯାଇଛି ।

Leave a Reply