ଏମିତି ଥିଲେ ସିଦ୍ଧାର୍ଥ ଶୁକ୍ଲା,ଜାଣନ୍ତୁ ତାଙ୍କ ଜୀବନ ସହ ଜଡିତ କିଛି ଖାସ୍ କଥା…

ବହୁ ଚର୍ଚ୍ଚିତ ଟେଲିଭିଜନ ତାରକା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ..ସେହେନାଜଙ୍କ ସହ ସୁପରହିଟ୍ ଯୋଡି ଭାବେ ପରିଚିତ ଥିବା ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହାନ୍ତି.. ମୁମ୍ବାଇର କପୁର୍ ହସ୍ପିଟାଲରେ ସିଦ୍ଧାର୍ଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି.. ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ କିନ୍ତୁ ଏହା ପରେ ସେ ଉଠି ପାରିନଥିଲେ। ଟିଭି ଇଣ୍ଡଷ୍ଟ୍ରିର ନାମୀ କଳାକାର ସିଦ୍ଧାର୍ଥ ଶୁକ୍ଲା ରିଅଲିଟି ସୋ ବିଗ୍ ବସ୍ ର ୧୩ ତମ ସିଜନର ବିଜେତା ଥିଲେ । ସିଦ୍ଧାର୍ଥଙ୍କ ଜନ୍ମ ୧୨ ଡିସେମ୍ବର ୧୯୮୦ ମସିହାରେ ମୁମ୍ବାଇରେ ହୋଇଥିଲା..ପିଲାଟି ଦିନୁ ସେ ଟେନିସ ଫୁଟବଲ୍ ଆଦି ଖେଳିବାରେ ଖୁବ ରୁଚି ରଖୁଥିଲେ.. ସିଦ୍ଧାର୍ଥ ଶୁକ୍ଲା..ଜଣେ ଚର୍ଚ୍ଚିତ ଚେହେରା …ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଟେଲିଭିଜନ ପରଦା ପର୍ଯ୍ୟନ୍ତ ସବୁଠି ଥିଲା ତାଙ୍କର ତଗଡା ଫ୍ୟାନ୍ ଫଲୋଇଂ ।

ଅଭିନୟ ପୂର୍ବରୁ ମଡେଲିଙ୍ଗ ଦୁନିଆରେ ମଧ୍ୟ ସେ ନିଜର ଟ୍ୟାଲେଣ୍ଟ ଦେଖାଇସାରିଥିଲେ…ସୋନି ଟିଭିରେ ପ୍ରସାରିତ ହେଉଥିବା ‘ବାବୁଲ କା ଆଙ୍ଗନ ଛୁଟେ ନା’ ଧାରାବାହିକରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ…ବହୁ ଚର୍ଚ୍ଚିତ ‘ବାଲିକା ବଧୁ’ ଧାରାବାହିକରୁ ଦର୍ଶକଙ୍କ ହୃଦୟ ରେ ଘର କରିବାର ସୁଯୋଗ ପାଇଥିଲେ ସିଦ୍ଧାର୍ଥ..ତାପରଠାରୁ ତାଙ୍କର ଟେଲିଭିଜନ ଜଗତରେ ଯାତ୍ରା ଆଗକୁ ଆଗକୁ ବଢିଚାଲିଥିଲା…ଆପଣମାନେ ତ ଜାଣନ୍ତି ସବୁଠୁ ଅଧିକ ଲୋକପ୍ରିୟତା ହାସିଲ କରିଥିବା ସୋ ବିଗ୍ ବସ୍ ୧୩ ସିଜିନର ବିଜେତା ମଧ୍ୟ ଥିଲେ ସିଦ୍ଧାର୍ଥ.. ଆଉ ସେବେଠାରୁ ତାଙ୍କର ପପୁଲାରିଟି ଆହୁରୀ ବଢିବାକୁ ଲାଗିଥିଲା…

ବିଗ୍ ବସ୍ ୧୩ ସମୟରେ ସେହେନାଜ ଓ ସିଦ୍ଧାର୍ଥଙ୍କର ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରୁଥିଲେ…ସେଥିପାଇଁ ପରବର୍ତୀ ସମୟରେ ଦୁହିଁଙ୍କୁ ନେଇ ଅନେକ ମ୍ୟୁଜିକ ଭିଡିଓ ଓ ସର୍ଟ ଭିଡିଓ ଦେଖିବାକୁ ମିଳିଲା..କେବଳ ସେତିକି ନୁହେଁ ସେ ଖାତରୋଁ କେ ଖିଲାଡିର ସପ୍ତମ ସିଜନ୍ ମଧ୍ୟ ଜିତିଥିଲେ ..ଏମିତିକି ଟେଲିଭିଜନ ତାରକାଙ୍କ ଭିତରେ ସିଦ୍ଧାର୍ଥଙ୍କୁ ଫିଟନେସ ପାଇଁ ମଧ୍ୟ ଜଣାଯାଉଥିଲା..ଅଭିନୟ ସହ ଫିଟନେସ୍ ପାଇଁ ବି ସେ ଅନେକ ଆଓ୍ବାର୍ଡ ପାଇଥିଲେ.. ଯଦି ବଲିଉଡର କଥା କହିବା ତେବେ ସିଦ୍ଧାର୍ଥ ୨୦୧୪ରେ ‘ହମ୍ପଟି ଶର୍ମାକୀ ଦୁଲହନିଆ’ରେ ପ୍ରଥମଥର ପାଇଁ ନିଜର ଡେବ୍ୟୁ କରିଥିଲେ ..ସେଥିରେ ସେ ଆଲିଆ ଭଟ୍ଟଙ୍କର ଭାବି ସ୍ବାମୀର ଚରିତ୍ରରେ ଅଭିନୟ କରିଥିଲେ..

Leave a Reply