PM କେୟାର୍ସରୁ ମିଳିଛି ଭେଣ୍ଟିଲେଟର: ଅଚଳ ଅଧିକ, ସଚଳ କମ

ନୂଆଦିଲ୍ଲୀ: ଅକ୍ସିଜେନ ଅଭାବରୁ ଜୀବନ ଯାଉଛି । ଗୋଟିଏ କିମ୍ବା ଦୁଇଟି ରାଜ୍ୟରେ ଏଭଳି ସ୍ଥିତି ଘଟିନାହିଁ । ସମ୍ଭବତଃ ଅଧିକାଂଶ ରାଜ୍ୟରେ ଅକ୍ସିଜେନ ଅଭାବ ଭଳି ପରିସ୍ଥିତି । କୋଭିଡର ଦିୱତୀୟ ଲହରରେ ଆକ୍ରାନ୍ତଙ୍କ ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ପ୍ରାୟ କହିବାକୁ ଗଲେ ଅଧାରୁ ଅଧିକାଂଶ ଆକ୍ରାନ୍ତଙ୍କୁ ଆବଶ୍ୟକ ପଡୁଛି ଆକ୍ସିଜେନ । ଆଉ ଏପରି ସଙ୍କଟକୁ ଟାଳିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼ ଭଳି ରାଜ୍ୟଗୁଡିକୁ ଅକ୍ସିଜେନ ସିଲିଣ୍ଡର ଏବଂ ଆବଶ୍ୟକୀୟ ସରଞ୍ଜାମ ବିତରଣ କରିଛନ୍ତି ।

କିନ୍ତୁ ଏବେ ଆସିଥିବା ଖବର କିଛି ଅଲଗା । କଥାରେ ଅଛି ଯେପରି ଆମ୍ବ ଦେଖାଇ ହାମ୍ବଡ଼ା ଖୁଆଇ ଦେଲେ, ଠିକ ସେହିଭଳି ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ଅର୍ଥାତ କେନ୍ଦ୍ର ସରକାର ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ସରଞ୍ଜାମ ଦେଇଛନ୍ତି ସତ । କିନ୍ତୁ ତାହା କାର୍ଯ୍ୟକ୍ଷମ ହେଉନାହିଁ । ଅକ୍ଷମ ଭେଣ୍ଟିଲଟର ରୋଗୀଙ୍କ ଆବଶ୍ୟକତାରେ ଆସି ପାରୁନାହିଁ । ତେଣୁ ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ଲବାଚୀ ସୃଷ୍ଟି ହୋଇଛି । ଅନେକ ରାଜ୍ୟ ଏନେଇ ଅଭିଯୋଗ କରିବା ପରେ କେନ୍ଦ୍ର ସରକାର ଏହାର ଅଡିଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଜାବର ତିନୋଟି ମେଡିକାଲ କଲେଜକୁ ପିଏମ କେୟାର ଫଣ୍ଡରୁ ମିଳିଛି ୩୨୦ଟି ଭେଣ୍ଟିଲେଟର ମିଳିଛି । ଏହା ମଧ୍ୟରୁ କେବଳ ୮୩ ଟି କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟ ସମସ୍ତ ଭେଣ୍ଟିଲେଟର ଅଚଳ ବୋଲି ଅଭିଯୋଗ ହୋଇଛି । ସେହିପରି ବିହାରର ୧୩ଟି ଜିଲ୍ଲାକୁ ୧୦୯ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିବାବେଳେ ସେଥିରୁ ମଧ୍ୟ ଅଧିକାଂଶ ଭେଣ୍ଟିଲେଟର ଅଚଳ । ଅନ୍ୟପଟେ ଉତ୍ତରପ୍ରଦେଶକୁ ପଠାଯାଇଥିବା ୨୦ ପ୍ରତିଶତ ଭେଣ୍ଟିଲେଟର କାର୍ଯ୍ୟ କରୁନଥିବା ଜଣା ପଡିଛି ।

ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି  । କିନ୍ତୁ ଟେକନିକସିଆନଙ୍କ ଅଭାବ ଯୋଗୁ ଏସବୁ ଅଚଳ ହୋଇଥିବା  କହିଛନ୍ତି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ  । ସେପଟେ ପଞ୍ଜାବ ଏବଂ ରାଜସ୍ଥାନ ମଧ୍ୟ ସମାନ ଆରୋପ ଲଗାଇଛନ୍ତି  । ପିଏମ କେୟାର ଫଣ୍ଡ ନାମରେ ଘୋଟଲା ହୋଇଥିବା ଅଭିଯୋଗ ଆଣିଛନ୍ତି  । ଅଚଳ ଭେଣ୍ଟିଲେଟର ପଠାଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ରାଜ୍ୟ ସରକାର  ।

Leave a Reply