ନକଲି ପୋଲିସ ବାବୁଙ୍କ ଓଜନ ୧୮୦ କେଜି

1 min read

ଲକ୍ଷ୍ନୌ: ପେଟ ଅସଲି କିନ୍ତୁ ଖାକୀ ନକଲି   । ପୋଲିସ ବାବୁଙ୍କ ଓଜନ ୧୮୦ କେଜି  । ଜାତୀୟ ରାଜପଥରେ ଆଦାୟ କରନ୍ତି ଚାନ୍ଦା  ।  ପରିଚୟ ଦିଅନ୍ତି ଥାନା ଅଧିକାରୀ  । ନିଅନ୍ତି ବଡ଼ ଆକାରର ଫାଇନ୍  ।

ଉତ୍ତରପ୍ରଦେଶର ଟୁଣ୍ଡଲା ଥାନା ଅଧିକାରୀ ନାମରେ ନକଲି ପୋଲିସ ଅଧିକାରୀ  । ଦେହରେ ନକଲି ଖାକୀ ପିନ୍ଧି, ଅସଲି ପଇସା ହାସଲ କରନ୍ତି  ।  ଏଭଳି କଳା କାରନାମା ଧାରୀ ନକଲି ପୋଲିସ ଅଧିକାରୀଙ୍କୁ ଧରିବା ପାଇଁ ଅସଲ ପୋଲିସ ପ୍ରସ୍ତୁତ କରିଥିଲା ପ୍ଲାନ  । ରବିବାର ରଙ୍ଗେହାତ ମାଡ଼ି ବସିଥିଲା ପୋଲିସ  । ଗିରଫ କରି ଜେଲ ପଠାଇଛି ଏହି ୧୮୦ କେଜିଆ ଫେକ ପୋଲିସ ବାବୁଙ୍କୁ  ।

ମିଳିଥିବା ସୂଚନା ଅନୁଯାୟୀ ହରମୋହନ ସିଂ ନାମରେ ଯୁବକ ପ୍ରତିଦିନ ଖାକୀ ବର୍ଦ୍ଦି ପିନ୍ଧିବା ସହ ସ୍ତାନୀୟ ଥାନାର ଇନସ୍ପେକ୍ଟର ପରିଚୟ ଦେଇ ଆସନ୍ତି  । ଜାତୀୟ ରାଜପଥରେ ଠିଆ ହୋଇ ବଡ଼ ବଡ଼ ଗାଡି ଗୁଡ଼ିକୁ ଅଟକାଇ ଥାଆନ୍ତି  । ଏମିତିକି ସେମାନଙ୍କୁ ଡରାଇ ଧମକାଇ ବଡ଼ ଆକାରରେ ଟଙ୍କା ଆଦାୟ କରିଥାନ୍ତି  । ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ବାବୁଙ୍କ ଭିଡ଼ିଓ  । ଯେଉଁଥିରେ ନକଲି ପୋଲିସ ବର୍ଦ୍ଦି ପିନ୍ଧି ଅଭିଯୁକ୍ତ କହୁଛି, ମୋ ନା ମୁକେଶ ଯାଦବ ଘର ଗାଜିଆବାଦ  ।  ଠକାମୀ କରିବା ପଛର ଉଦେଶ୍ୟ ଟୋଲ ଫିରୁ ବଞ୍ଚିତ ରହିବା ବୋଲି ଉଲ୍ଲେଖ କରୁଛି ଯୁବକ ଜଣଙ୍କ  ।

ଯେତେବେଳେ ଉକ୍ତ ଯୁବକ ବିଷୟରେ ଟୁଣ୍ଡଲା ପୋଲିସ ପାଖରେ ସୂଚନା ପହଁଚିଥିଲା , ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା  । ରବିବାର ଗିରଫ କରିବା ସହ ଜେଲ୍ ପଠାଇଛି ପୋଲିସ  ।  ପୋଲିସର କହିବା ମୁତାବକ ଗିରଫ ହୋଇଥିବା ଯୁବକର ଓଜନ ୧୮୦ କେଜି  । ଗାଜିଆବାଦରେ ରହୁଥିବା ରାମକିଶାନ ଯାଦବଙ୍କ ପୁଅ ମୁକେଶ ଯାଦବ  ।

ଅଭିଯୁକ୍ତ ପାଖରେ ଦୁଇଟି ଆଧାର କାର୍ଡ ରହିଥିବାବେଳେ, ୨ଟି ପ୍ୟାନ କାର୍ଡ , ପୋଲିସ ବର୍ଦ୍ଦି, ଫେକ୍ ଆଇ କାର୍ଡ , ଏଟିଏମ କାର୍ଡ ରହିଛି  । ଏକ କାରରେ ପୋଲିସ ଅଧିକାରୀଙ୍କ ଫେକ୍ ଷ୍ଟିକର ଲଗାଇ ଆଦାୟ କରନ୍ତି ଅର୍ଥ  । ପୋଲିସ କହିବା ମୁତାବକ ଅଭିଯୁକ୍ତ ସହ ଅନ୍ୟମାନେ ମଧ୍ୟ ସଂଶ୍ଲିଷ୍ଟ ରହିଛନ୍ତି  । ପଚରାଉଚରା ପରେ ସତ ସାମ୍ନାକୁ ଆସିବ  । ଏବଂ ସାଥି ଅଭିଯୁକ୍ତ ମାନଙ୍କୁ ଧରିବାର ପ୍ରୟାସ କରାଯିବ  ।