ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶରେ ପ୍ରକାଶ ପାଇଥିବା SIR ତାଲିକାକୁ ନେଇ ତୁମ୍ବିତୋଫାନ୍ । ତାଲିକାରୁ ବାଦ ପଡିଛନ୍ତି ୨ କୋଟି ୮୯ ଲକ୍ଷ ଭୋଟର । ଜଣେ କଂଗ୍ରେସ ନେତାଙ୍କ ପୁରା ପରିବାର ତାଲିକାରୁ ବାଦ ପଡିଥିବା ଅଭିଯୋଗ ହୋଇଛି । କଂଗ୍ରେସ ନେତା ଗୁରଦୀପ ସିଂହ ସପଲ ଏବଂ ତାଙ୍କ ପରିବାର ଏହି ତାଲିକାରୁ ଗାଏବ ହୋଇଥିବା ସେ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି । ସେ କଂଗ୍ରେସ ନେତା ହୋଇଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ନିର୍ବାଚନ କମିଶନ କାହା ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଭୋଟ ତାଲିକାରୁ ଯେଉଁମାନଙ୍କର ନାମ ବାଦ ଦିଆଯାଇଛି ସେମାନଙ୍କୁ ପୁନଃ ସାମିଲ କରିବା ପାଇଁ ସେ ଦାବି କରିଛନ୍ତି । ତାଙ୍କ ନାମ 2003 ଭୋଟର ତାଲିକାରେ ତାଲିକାଭୁକ୍ତ ଥିଲା । ଚଳିତଥର ବି ନିର୍ବାଚନ କମିଶନଙ୍କ ଆବଶ୍ୟକ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ ଗୁରୁଦୀପ । ତା ସତ୍ବେ ବି କିଭଳି ତାଙ୍କ ନାଁ କଟିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଗତକାଲି ପ୍ରକାଶ ପାଇଛି ଉତ୍ତର ପ୍ରଦେଶ ତାଲିକା ।

