ଆମେରିକା ନିର୍ମାଣ କରୁଛି ଅଦୃଶ୍ୟ ଅସ୍ତ୍ର: ଶତ୍ରୁପକ୍ଷଙ୍କ ରାଡାରକୁ ଦେବ ଚକମା, ସଂଗ୍ରହ କରିବ ଗୁପ୍ତ ତଥ୍ୟ

ଓ୍ୱାଶିଂଟନ: ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ନୂଆ ଘାତକ ଷ୍ଟିଲ୍ଥ ଡ୍ରୋନ୍ ପ୍ରସ୍ତୁତ କରୁଛି ଆମେରିକା । ବିଶେଷ କରି ଏସିଆ ଓ ୟୁରୋପ ମହାଦେଶରେ ସୈନ୍ୟମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଥିବା ବେଳେ ଏଭଳି ନୂଆ ଏବଂ ଅତ୍ୟାଧୁନିକ ଡ୍ରୋନ୍ ନିର୍ମାଣ କରୁଛି ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ର । ଏହି ଅତ୍ୟାଧୁନିକ ଡ୍ରୋନ୍ ଶତ୍ରୁପକ୍ଷଙ୍କ ରାଡାରକୁ ଚଖମା ଦେଇ ଶତ୍ରୁଙ୍କ ଗଡ଼ ଭିତରୁ ସେମାନଙ୍କ ଗୁପ୍ତ ତଥ୍ୟ ହାସଲ କରିପାରିବ । ପୂର୍ବରୁ ହୋଇଥିବା ଯୁଦ୍ଧାଭ୍ୟାସ ସମୟରେ ଏଆଇ ଟେକ୍ନୋଲୋଜିରେ ନିର୍ମିତ ଡ୍ରୋନ୍ କେଉଁଠି ବି ମଣିଷଙ୍କ ଦ୍ୱାରା ପରିଚାଳିତ ହୋଇନଥିଲା । ସବୁଠାରୁ ବଡ଼ କଥା ହେଉଛି ଅନ୍ୟ ଡ୍ରୋନ୍ ଗୁଡ଼ିକ ପରି ଏହାର ଉଡ଼ାଣ ବେଳେ କେହିଁ ବି ମଣିଷ ଅପରେଟ୍ କରିବେନାହିଁ ।  ସୋମବାର ଆମେରିକୀୟ ବାୟୁସେନା ଘୋଷଣା କରିଛି  ଯେ, ସେ ମଇ ୨୦୨୧ ଯାଏ ମିଶନାଇଜ୍ଡ ପ୍ରୋଟୋଟାପର ନିର୍ମାଣ ନେଇ ତିନ ପ୍ରାଇଭେଟ ଫାର୍ମ ସହ ବୁଝାମଣା କରିଛନ୍ତି । ଏହାନୁଯାୟୀ ଆମେରିକୀୟ ଡିଫେନ୍ସ କମ୍ପାନୀ ବୋଇଂ ୨୫.୭ ମିଲିୟନ୍ ଡଲାର, ଜନରଲ ଏଟାମିକ୍ସକୁ ୧୪.୩ ମିଲିୟନ ଡଲାର ଏବଂ କ୍ରୋଟୋସ ଅନମେଣ୍ଡ ଏରିୟଲ ସିଷ୍ଟମକୁ ୩୭.୮ ମିଲିୟନ୍ ଡଲାର ଅର୍ଥ ଦିଆଯାଇଛି । ଏହି ତିନି କମ୍ପାନୀ ଡ୍ରୋନରେ ଆର୍ଟିଫଇସିଆଲ୍ ଇଣ୍ଟିଲିଜେନ୍ସ ଟେକ୍ନୋଲୋଜି ବ୍ୟବହାର କରିବେ, ଏହି କାରଣରୁ ମଣିଷ ଏହାକୁ ବ୍ୟବହାର କରିବାର ଆବଶ୍ୟକ ପଡ଼େନାହିଁ । ଆମେରିକାର ସ୍କାଇବର୍ଗ ବେନଗାଇ ପ୍ରୋଗ୍ରାମର ଏହା ଏକ ଅଂଶ । ଏହାର ସହାୟତରେ ଆମେରିକା ନିଜ ଶତ୍ରୁଙ୍କ ଉପରେ ଭାରି ପଡ଼ିବ । ଏହା ପବନରେ ଯେ କୌଣସି ପ୍ରକାର ବିପଦକୁ ସମ୍ମୁଖିନ କରିପାରିବ । ଏହାଦ୍ୱାରା ଆମେରିକା ପାଇଲଟ ଜୀବନ ମଧ୍ୟ ରକ୍ଷା ହୋଇପାରିବ । ଯେଉଁ ତିନି ଫାର୍ମକୁ ବାୟୁସେନା ଡ୍ରୋନ୍ ପ୍ରସ୍ତୁତ ସେମାନଙ୍କ ଏହି ନିର୍ମାଣ କ୍ଷେତ୍ରରେ ବ୍ୟାପକ ଅନୁଭବ ରହିଛି ।

Leave a Reply