ଏବେ ଥରହର ହେବେ ଶତ୍ରୁ: ଆମେରିକାରୁ ଆସୁଛି ହାରପୁନ୍‌ ଜଏଣ୍ଟ କମନ୍‌ ଟେଷ୍ଟ ସେଟ୍‌

1 min read

ନୂଆଦିଲ୍ଲୀ: ଆମେରିକାଠୁ ଭାରତ କିଣିବ ହାରପୁନ୍‌ ମିସାଇଲ୍‌  । ଏନେଇ ଆମେରିକା ପକ୍ଷରୁ ମଞ୍ଜୁରୀ ଦିଆଯାଇଛି  । ୮୨ ନିୟୁତ ଡଲାରରେ ଭାରତ ହାରପୁନ୍‌ ଜଏଣ୍ଟ କମନ୍‌ ଟେଷ୍ଟ ସେଟ୍‌ କିଣିବାକୁ ଯାଉଛି  । ଏହା ଦ୍ୱାରା ଭାରତର ପ୍ରତିରକ୍ଷା କ୍ଷେତ୍ର ଆହୁରି ମଜବୁତ୍ ହେବ  । ଦକ୍ଷିଣ ଏସିଆରେ ସ୍ଥିତି ଅଶାନ୍ତ ଥିବାରୁ ଭାରତ ଶକ୍ତିଶାଳୀ ହେଲେ ସ୍ଥିତି ସୁଧୁରିବ ହେବ ବୋଲି ଆମେରିକା କହିଛି  ।

ଲମ୍ବା ତର୍କ ବିତର୍କ ପରେ ସଫଳତା । ଆମେରିକାରୁ ଆସୁଛି ହାରପୁନ୍‌ ଜଏଣ୍ଟ କମନ୍‌ ଟେଷ୍ଟ ସେଟ୍‌  । ୮୨ ନିୟୁତ ଡଲାରରେ ମିସାଇଲ କିଣିବେ ସରକାର  । ପ୍ରତିରକ୍ଷା କ୍ଷେତ୍ରରେ ହେବ ମାଇଲ ଖୁଣ୍ଟ  । ଅସ୍ଥିର ଭାରତ ଓ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶତ୍ରୁକୁ ମାତ୍‌ ଦେବାକୁ ହେବ ନିର୍ଣ୍ଣାୟକ । ଆମେରିକାର ପେଣ୍ଟାଗନ୍‌ ପ୍ରତିରକ୍ଷା ନିରାପତ୍ତା ସହଯୋଗ ସଂସ୍ଥା ଏବଂ ୟୁଏସ କଂଗ୍ରେସର ମଧ୍ୟରେ ସହମତି ପରେ ଏହି ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଛି  । ଭାରତ ଏହି ମିସାଇଲ କିଣିବା ପାଇଁ ଆମେରିକାକୁ ପ୍ରସ୍ତାବ ଦେଇଥିବା ବେଳେ ଏହାର ମରାମତି ଷ୍ଟେସନ, ପାର୍ଟ୍ସ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ଆମେରିକା ଯୋଗାଇବ  । ଆମେରିକାର ବୈଦେଶିକ ନୀତି ଅନୁସାରେ ଦୁଇ ଦେଶ ମଧ୍ୟ ସମ୍ପର୍କୁ ଆହୁରି ସୁଦୃଢ କରିବା ପାଇଁ ଏହି ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଛି  ।

ବର୍ତ୍ତମାନ ସ୍ଥିତିରେ ଚୀନ ଓ ପାକିସ୍ତାନର ଉତ୍ପାତ ଦେଖି ଏହି ମିଶାଇଲ ଭାରତକୁ ବଳ ଯୋଗାଇବ  । ଏଥିସହ ଦକ୍ଷିଣ ଏସିଆରେ ବିବାଦ ଆୟତ୍ତକୁ ଆସିବ ବୋଲି ଆମେରିକା କହିଛି  । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦେଶ ବୋଲି ସ୍ୱୀକୃତି ଦେଇଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଭାରତକୁ ଡିଫେନ୍ସ ପାର୍ଟନରର ମାନ୍ୟତା ଦିଆଯାଇଥିଲା । ଆମେରିକାର ଏହି ପ୍ରସ୍ତାବିତ ବିକ୍ରି ଯୋଗୁ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ହେବା ସହ ଭାରତ-ଆମେରିକା କୌଶଳଗତ ସମ୍ପର୍କ ବୃଦ୍ଧି ପାଇବ  । ବୋଇଂ କମ୍ପାନୀ ମାଧ୍ୟମରେ ଭାରତ ଆମେରିକାରୁ ଏହି ମିସାଇଲ  ପାଇବ  । ବର୍ତ୍ତମାନ ସମୟରେ ୩୦ରୁ ଅଧିକ ଦେଶ ପାଖରେ ଏହି ଆଣ୍ଟିସିପ୍‌ ମିସାଇଲ୍‌ ମହଜୁଦ ଅଛି  । ସେମାନଙ୍କ ସହ ଭାରତ ବର୍ତ୍ତମାନ ସମକ୍ଷକ ହୋଇପାରିବ  ।

Leave a Reply