ନନ୍ଦିଘୋଷ ବ୍ୟୁରୋ : ପ୍ରତିଦିନ ଗୋଟିଏ ମଦ୍ୟପାନ କରିବା ଆପଣଙ୍କ ପାଇଁ ଘାତକ ପ୍ରମାଣିତ କରିପାରେ । ଆମେରିକାର ଏକ ସରକାରୀ ଏଜେନ୍ସିର ସାମ୍ପତିକ ଗବେଷଣାରେ ଦାବି କରାଯାଇଛି । ଗବେଷକଙ୍କ ଅନୁସାରେ ପ୍ରତିଦିନ ମଦ୍ୟପାନ କରିଲେ ଅକାଳ ମୃତ୍ୟର ଆଶଙ୍କା ବଢ଼ିଥାଏ । ସେହି ସମୟରେ ପ୍ରତିଦିନ ଦୁଇଥର ମଦ୍ୟପାନ କରିବା ଦ୍ୱାରା ଆହୁରି ବିପଦ ବୋଲି ମନାଯାଇଛି । ଏହି ଗବେଷଣାକୁ ନେଇ ଆମେରିକା ମଦ କମ୍ପାନୀଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି । ଜର୍ଣ୍ଣାଲ ଅଫ୍ ଷ୍ଟଡ଼ିଜ୍ ଅନ୍ ଆଲକୋହଲ୍ ଏଣ୍ତ୍ ଡ୍ରଗ୍ସରେ ପ୍ରକାଶିତ ଏହି ରିପୋର୍ଟରେ ଆରମ୍ଭରେ ଆମେରିକା ସରକାରଙ୍କ ଦ୍ୱାରା ସାର୍ବଜନୀନ ନ ହେବାର ଅଭିଯୋଗ ଆସିଥିଲା । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ସରକାର ଚାହୁଁନଥିଲେ ଯେ ମଦ୍ୟପାନ ସହିତ ଜଡିତ ଏହିପରି ତଥ୍ୟ ପ୍ରକାଶ ପାଉ । ତଥାପି ବହୁତ ପ୍ରୟାସ ପରେ ଅଧ୍ୟୟନକୁ ସାର୍ବଜନୀନ କରାଯାଇଥିଲା ।
ଗବେଷକମାନେ କହିଛନ୍ତି ଯେ ସେମାନେ ଦୁଇଟି ଉପାୟରେ ମଦ୍ୟପାନ ଉପରେ ଅଧ୍ୟୟନ କରିଥିଲେ । ପ୍ରଥମେ ସେହି ଲୋକମାନଙ୍କ ସହ କଥା ହେଲେ,ଯେଉଁମାନେ ପ୍ରତିଦିନ ମଦ୍ୟପାନ କରୁଥିଲେ । ଏହି ଲୋକମାନେ ବିଶ୍ୱାସ କରନ୍ତି ଯେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ । ଗବେଷକଙ୍କ କହିବା ଅନୁସାରେ ୧୦୦୦ ଜଣଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏହା ଦେଖା ଯାଇଥିଲା ଯେଉ ମାନେ ପ୍ରତିଦନ ମଦ୍ୟପାନ କରି ଅକାଳରେ ମୃତ୍ୟୁ ବରଣ କରିଥିଲେ । ରିପୋର୍ଟ ଅନୁସାରେ ଏହି ଲୋକମାନେ ମଦ୍ୟପାନ ସମ୍ବନ୍ଧୀୟ ରୋଗ କିମ୍ବା ଆଘାତ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ସେହି ସମୟରେ ଏହିପରି ଏକ ଗବେଷଣା କରାଗଲା, ଯେଉଁମାନେ ପ୍ରତିଦିନ ଦୁଇ ପେଗ୍ ମଦ୍ୟପାନ କରୁଛନ୍ତି । କୁହାଯାଏ ଯେ ପ୍ରତିଦିନ ମଦ୍ୟପାନ କରୁବା ଯୋଗୁଁ ୨୫ ଜଣଙ୍କ ମଧ୍ୟରୁ ୧ ଜଣଙ୍କର ଅକାଳ ମୃତ୍ୟୁ ହୁଏ । ଏନ୍ୱାଇଟି ଅନୁସାରେ ଆମେରିକାର ପୂର୍ବତ୍ତନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ରବର୍ଟ ଏମ୍.ଭିନସେଣ୍ଟ ବୈଜ୍ଞାନିକମାନଙ୍କୁ ମଦ୍ୟପାନ ଉପରେ ଗବେଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭିନସେଣ୍ଟ ଦାବି କରିଛନ୍ତି ଯେ ଏହି ଗବେଷଣା ପରେ ତାଙ୍କୁ ବହିଷ୍କାର କରାଯାଇଥିଲା ।
ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ । ଭିନସେଣ୍ଟଙ୍କ ଅନୁସାରେ ଏହି ଗବେଷଣା ପରେ ସ୍ୱାସ୍ଥ୍ୟ ବିଭାଗ ସରକାରଙ୍କୁ ଖାଦ୍ୟ ନିୟମ ଅନୁଯାୟୀ ଦୁଇ ପେଗ୍ ମଦ୍ୟପାନ କରିବାର ପରାମର୍ଶକୁ ଫେରାଇ ନେବା ପାଇଁ କୁହାଯାଇଥିଲା, କିନ୍ତୁ ସରକାର ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଦବାଇ ଦେଲେ । ଆମେରିକାରେ ଖାଦ୍ୟ ନିୟମ ଦୁଇଟି ପାନୀୟ ପର୍ଯ୍ୟନ୍ତ ନିୟମ ଦିଏ । ଏଥିପାଇଁ ମାନଦଣ୍ତ ସ୍ଥିର କରାଯାଇଛି । ଉଦାହରଣ ସ୍ୱରୂପ ,ଏକ ମାନକ ପାନୀୟକୁ ଏହିପରି ବ୍ୟାଖ୍ୟା କରାଯାଇଛି,ଏକ ସାଧାରଣ ବିୟର ହେଉଛି ୧୨ ତରଳ ଆଉନ୍ସ (ପ୍ରାୟ ୩୫୫ ମିଲି), ମଦ ୫ ଆଉନ୍ସ (ପ୍ରାୟ ୧୪୮ ମିଲି), ଡିଷ୍ଟଲ୍ଡ ସ୍ପିରିଟ୍ ୧.୫ ଆଉନ୍ସ (ପ୍ରାୟ ୪୪ ମିଲି) । କଲୋରାଡୋ ଆନସଚୁଟ୍ଜ ମେଡିକାଲ କ୍ୟାମ୍ପସରେ ମହାମାରୀ ବିଜ୍ଞାନ ମୁଖ୍ୟ ନେଡ୍ କାଲୋଞ୍ଜେଙ୍କ ଅନୁସାରେ ମଦ୍ୟପାନ ଉପରେ ଗବେଷଣା ସର୍ବଦା ସନ୍ଦେହଜନକ । କାଲୋଞ୍ଜେ କୁହନ୍ତି ଯେ ଭଲ ସ୍ୱାସ୍ଥ୍ୟରେ ରହିବା ପାଇଁ ମଦ୍ୟପାନ କରିବା ଆବଶ୍ୟକ ନୁହେଁ ।

