ରାଜ୍ୟରେ ଟିକା ଅଭାବର ସଙ୍କଟ, ଆଜି ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଟଳୁନି ଟିକା ସଙ୍କଟ। ଟିକା ଅଭାବରୁ ଆଜି ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ। ବଲାଙ୍ଗୀର, ବଲେଶ୍ୱର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୋନପୁରରେ ବନ୍ଦ ରହିବ ଟିକାକରଣ। ସେହିଭଳି ନବରଙ୍ଗପୁର, ନୂଆପଡା, ରାୟଗଡାରେ ମଧ୍ୟ ଆବଶ୍ୟକ ସଂଖ୍ୟାରେ ଟିକା ନଥିବାରୁ ଟିକାକରଣ ବନ୍ଦ ରହିବ। ଗତକାଲି ୧୭ଟି ଜିଲ୍ଲାରେ ବନ୍ଦ ରହିଥିଲା ଟିକାଦାନ। ଏପଟେ ଟିକାକରଣ ରାଙ୍କିଙ୍ଗରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ୫୫.୩୯ ପ୍ରତିଶତ ଟିକାକରଣ କରି ଦେଶରେ ଦ୍ୱୀତୀୟ  ସ୍ଥାନରେ ରହିଛି ଓଡ଼ିଶା। ଟିକାକରଣରେ ସାରାଦେଶରେ ରାଜସ୍ଥାନ ଆଗୁଆ ରହିଛି। ମେଘାଳୟରେ ସର୍ବନିମ୍ନ ୧୪.୨୮ପ୍ରତିଶତ ଟିକାକରଣ ହୋଇଛି। ଟିକାକରଣରେ ଓଡ଼ିଶା ପଛକୁ ଆନ୍ଧ୍ର, ହିମାଞ୍ଚଳ ପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟ ରହିଛନ୍ତି।

Leave a Reply