ଇଟାଲୀର ଭେନିସ୍ ସହରରେ ସମୁଦ୍ରର କହର: ମନେପକାଇଲା ୫୩ ବର୍ଷ ତଳର କଷ୍ଟ

1 min read

ଭେନିସ: ଇଟାଲୀର ସବୁଠାରୁ ସୁନ୍ଦର ଭେନିସ ସହରରେ ସମୁଦ୍ରର କହର । ଜୁଆର ମାଡରେ ଭାଙ୍ଗିଯାଇଛି ସହରର ମେରୁଦଣ୍ଡ । ହଠାତ ସମୁଦ୍ରରେ ବଡ଼ ବଡ଼ ଜୁଆର ଉଠିବାରୁ ପୁରା ସହର ଏବେ ଜଳମଗ୍ନ । ସହରରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଚଳିତବର୍ଷ ସମୁଦ୍ରର ଜୁଆର ଏତେ ଭୟଙ୍କର ଥିଲା ଯେ ଧୀରେ ଧୀରେ ପୂରା ସହରରେ ଭରିଯାଇଛି ପାଣି । ଦେଖୁ ଦେଖୁ ସହରର ସେଣ୍ଟର ମାର୍କ୍ସ ସ୍କୋୟାର ଓ ଏହାର ନିକଟରେ ଥିବା ବେସିଲିକା ସମୁଦ୍ରର ପାଣିରେ ବୁଡ଼ି ଯାଇଥିଲା ।

୫୩ ବର୍ଷ ପରେ ସହରରେ ଏଭଳି ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି । ଏହା ପୂର୍ବରୁ ୧୯୬୬ ମସିହାରେ ଏ ଦୃଶ୍ୟ ଦେଖାଦେଇଥିଲା । ସେହିବର୍ଷ ସମୁଦ୍ରର ଜୁଆର ମଧ୍ୟ ବହୁତ ଭୟଙ୍କର ଥିଲା । ପାଖାପାଖି ସମୁଦ୍ରରେ ୭ ଫୁଟ ଉଚ୍ଚର ଜୁଆର ଉଠିଥିଲା । ଯେଉଁଥିରେ ଛାରଖାର ହୋଇଯାଇଥିଲା ପୂରା ଭେନିସ ସହର । ଏହାପରେ ପୁଣି ଏବର୍ଷର ବନ୍ୟା ଲୋକଙ୍କୁ ପୁରୁଣା ଇତିହାସ କଥା ମନେ ପକାଇଦେଇଛି ।

ଭେନିସ ସହର ଇଟାଲୀର ସବୁଠାରୁ ସୁନ୍ଦର ସହର ହୋଇଥିବାରୁ ଏଠାକୁ ସବୁବେଳେ ପର୍ଯ୍ୟଟକଙ୍କ ଯିବାଆସିବା ଲାଗି ରହିଥାଏ । ଏହାର କ୍ଷେତ୍ରଫଳ ୪୧୪  ବର୍ଗକିଲୋମିଟର । ଆଉ ଜନସଂଖ୍ୟା ପାଖାପାଖି ୩ ଲକ୍ଷ । କିନ୍ତୁ ବାରମ୍ବାର ପ୍ରାକୃତିକ ଦୁର୍ବିପାକ ଯ଼ୋଗୁଁ ସୌନ୍ଦର୍ଯ୍ୟତା ହରାଉଛି ସହର । ଅପରପକ୍ଷରେ ଏଭଳି ପ୍ରାକୃତିକ ବିତ୍ପାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସମଗ୍ର ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସ୍ଥାନୀୟ ମେୟର ।

ସମଗ୍ର ବିଶ୍ୱ ତଥା ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ଏଭଳି ଗମ୍ଭୀର ପରିସ୍ଥିତିର ମୁକାବିଲା ଲାଗି ବିଶ୍ୱର ସବୁ ଦେଶ ଆଗଭର ହେବାର ଆବଶ୍ୟକତା ରହିଛି । ନଚେତ୍‌ ଭେନିସ୍‌ରେ ଦେଖାଯାଇଥିବା ପ୍ରକୃତିର କରାଳ ରୂପ ଅନ୍ୟତ୍ର ମଧ୍ୟ ଦେଖାଦେବ । ')}

Leave a Reply