ଆମେରିକାର ତିନୋଟି ଆକ୍ସନ, ୨୪ ଘଣ୍ଟାରେ ପୁଟିନ କରିବେ ଆତ୍ମସମର୍ପଣ
1 min read
ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବିଧ୍ବଂସକ ହେବାରେ ଲାଗିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ଏହାରି ମଧ୍ୟରେ ଭ୍ଲାଦିମିର ପୁଟନଙ୍କ ବିରୋଧରେ ଘେରାବନ୍ଦୀ ଆରମ୍ଭ କରି ଦେଇଛି ଆମେରିକା । ନିଜେ ଆମେରିକା ରାଷ୍ଟ୍ରପତି ଏହାର ନେତୃତ୍ବ ନେଉଛନ୍ତି । ଆମେରିକା ଗଣମାଧ୍ୟମ ଅନୁସାରେ ପୁଟନଙ୍କୁ କାବୁ କରିବାକୁ ଗତ ୨୪ ଘଣ୍ଟାରେ ଆମେରିକା ତିନୋଟି ବଡ଼ ବ୍ୟାକ୍ ଟୁ ବ୍ୟାକ୍ ନିଷ୍ପତ୍ତି ନେଇଛି । ଏଥିରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବା, ସ୍ପାଏ ଜେଟକୁ ଆକ୍ଟିଭ କରିବା ଓ ଋଷ ଉପରେ ଅଧିକରୁ ଅଧିକ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ରିଟିଶ ଖବର କାଗଜ ଟେଲିଗ୍ରାଫ ଅନୁସାରେ ଟ୍ରମ୍ପ ଚାହିଁଲେ ପୁଟିନ ୨୪ ଘଣ୍ଟାରେ ଆଣ୍ଡେଇବେ । ତେବେ, କେଉଁ ଆଧାରରେ ଏମିତି ଦାବି କରାଯାଉଛି ଆସନ୍ତୁ ଜାଣିବା ।
ପଏଣ୍ଟ ନମ୍ବର ଓ୍ବାନ୍
ଟ୍ରମ୍ପଙ୍କ ଏକ ପୁରୁଣା ଭିଡିଓ ଏବେ ଗଣମାଧ୍ୟମରେ ବହୁତ ପ୍ରସାରିତ ହେଉଛି । ଏଥିରେ ଟ୍ରମ୍ପ କହୁଛନ୍ତି, ମୁଁ ପୁଟିନଙ୍କୁ ଚେତାବନୀ ଦେଇ ଦେଇଛି । ଯଦି ସେ ଯୁଦ୍ଧ ଜାରି ରଖିବେ ତେବେ ଆମେ ମସ୍କୋ ଉପରେ ଆକ୍ରମଣ କରିବୁ । ଟେଲିଗ୍ରାଫ ଅନୁସାରେ, ଇରାନ ଉପରେ ଜେମିତି B-2 ବମରେ ଆକ୍ରମଣ କରାଯାଇଥିଲା, ସେହିପରି ମସ୍କୋ ଉପରେ ବି ଆକ୍ରମଣ ହେବ । ଏହାଦ୍ବାରା ଋଷର ଏୟାର ଡିଫଷନ୍ସ ବି ସୁରକ୍ଷିତ ରହିବନି । କାରଣ ଇରାନ ପାଖରେ ଋଷର ଏସ-୩୦୦ ଏୟାର ଡିଫଷନ୍ସ ସିଷ୍ଟମ ଥିଲା । ହେଲେ ଏହା ଆମେରିକାର B-2 ନେଇ ଯାଇଥିବା ଜେଟକୁ ଟ୍ରାକ କରିପାରି ନଥିଲା । ସେତିକି ନୁହେଁ, ଗତ କିଛିଦିନ ଭିତରେ ୟୁକ୍ରେନ ଋଷର ବହୁତ ଭିତରକୁ ଯାଇ ଡ୍ରୋନ ଆକ୍ରମଣ କରିବାକୁ ସକ୍ଷମ ହୋଇଛି । ଏହାସହ ୟୁକ୍ରେନ ଲଗାତର ଡ୍ରୋନ ଆଟାକ ଜାରି ରଖିଛି । ଏମିତି ସ୍ଥିତିରେ ଆମେରିକାର ଆକ୍ରମଣରୁ ବର୍ତ୍ତିବା ଋଷ ପାଇଁ କାଠିକର ପାଠ ହେବ । ଟ୍ରମ୍ପ ଚାହିଁଲେ, ଆକାଶରୁ ଋଷ ଉପରେ B-2 ବମ ପକାଇ ପାରିବେ । ଆମେରିକା ପାଖରେ ୨୦ରୁ ଅଧିକ B-2 ବମ ରହିଛି । ଏହାକୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବମ୍ କୁହାଯାଇଥାଏ । ହେଲେ ପୁଟିନଙ୍କ ଅସ୍ତ୍ର ଭଣ୍ଡାରରେ ଏମିତି ବମ ନାହିଁ । ଋଷ ପାଖରେ ପରମାଣୁ ବୋମା ଅଛି । ହେଲେ ପୁଟିନଙ୍କ ପାଇଁ ଏହାକୁ ପ୍ରୟୋଗ କରିବା ସହଜ ହେବନାହିଁ ।
ପଏଣ୍ଟ ନମ୍ବର ଟୁ
ଏବେ ଯୁଦ୍ଧ କରିବାର ତରିକା ବଦଳି ଗଲାଣି । ଆମେରିକା ଏବେ ଏୟାର ଷ୍ଟ୍ରାଇକ୍ ଉପରେ ଅଧିକ ଗୁରୁତ୍ବ ଦେଉଛି । ଗୋଟିଏ ବି ସୈନିକ ପଠାଇ ଇରାନକୁ ଆମେରିକା ବ୍ୟାକଫୁଟକୁ ନେଇ ଆସିଲା । ଗ୍ଲୋବାଲ ଫାୟାର ପାଓ୍ବର ଅନୁସାରେ ଋଷ ପାଖରେ ଆମେରିକା ତୁଳନାରେ ବହୁତ ଅଧିକ ସୈନିକ ଅଛନ୍ତି । ହେଲେ ଯୁଦ୍ଧ ବିମାନ ଓ ମିଜାଇଲ କ୍ଷେତ୍ରରେ ଋଷ ଆମେରିକାଠାରୁ ବହୁତ ପଛରେ ରହିଛି । ଆମେରିକା ପାଖରେ ୧୩ ହଜାର ଯୁଦ୍ଧ ବିମାନ ରହିଛି । ସେପଟେ ଋଷ ପାଖରେ ମାତ୍ର ୪୩୦୦ ଯୁଦ୍ଧ ବିମାନ ରହିଛି । ସେହିପରି ଆମେରିକା ପାଖରେ ୫୮୪୩ ହେଲିକପ୍ଟର ଥିବା ବେଳେ ଋଷ ପାଖରେ ୧୬୫୧ ରହିଛି । ସେତିକି ନୁହେଁ, ବିଶ୍ବର ବିଭିନ୍ନ ସ୍ଥାନରେ ଆମେରିକାର ୧୫ ହଜାର ପାଖାପାଖି ଏୟାର ବେସ ରହିଥିବା ବେଳେ ଋଷ ପାଖରେ ମାତ୍ର ୯୦୪ଟି ଏୟାର ବେସ ରହିଛି । ଯୁଦ୍ଧ ଲଢ଼ିବାକୁ ପାଖରେ ଅସ୍ତ୍ରଶସ୍ତ୍ର ସହ ଗୁଇନ୍ଦା ସୂଚନା ଓ ପ୍ରଚୁର ଅର୍ଥ ଦରକାର । ବର୍ତ୍ତମାନ ସ୍ଥିତିରେ ଏ କ୍ଷେତ୍ରରେ ବି ଋଷ ଆମେରିକାଠାରୁ ପଛରେ ରହିଛି । ଋଷ ଗତ ୩ ବର୍ଷ ହେବ ୟୁକ୍ରେନ ସହ ଯୁଦ୍ଧ ଲଢ଼ୁଛି । ଯେଉଁ କାରଣରୁ ତା’ଉପରେ ବହୁତ ପ୍ରତିବନ୍ଧକ ଲାଗିଛି ।
ପଏଣ୍ଟ ନମ୍ବର ଥ୍ରୀ
ଯୁଦ୍ଧରେ ସହଯୋଗ କରିବାକୁ ଆମେରିକା ପାଖରେ ଫ୍ରାନ୍ସ, ବ୍ରିଟେନ, ଜର୍ମାନ, ଇସ୍ରାଏଲ ଓ ଜାପାନ କରି ଦେଶ ରହିଛନ୍ତି । ଏସବୁ ଦେଶ ଡିଫେନ୍ସ ପାଓ୍ବରରେ ବହୁତ ଆଗରେ । ଋଷ ସହ ଉତ୍ତର କୋରିଆକୁ ଛାଡି କୌଣସି ବିଶ୍ବାସନୀୟ ସହଯୋଗୀ ନାହାନ୍ତି । ଚୀନ ଓ ଇରାନ ଋଷର ସମର୍ଥକ । ହେଲେ ଇସ୍ରାଏଲ ସହ ଯୁଦ୍ଧ ପରେ ଇରାନ ଏକପ୍ରକାର ଏକ ଘରିଆ ହୋଇଯାଇଛି । ଏମିତି ସ୍ଥିତିରେ ଋଷକୁ ତା’ର ସହଯୋଗୀଙ୍କ ସମର୍ଥନ ମିଳିବ କହିହେବ ନାହିଁ । ସେତିକି ନୁହେଁ, ଆମେରିକା ଋଷ ଉପରେ ଶକ୍ତ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଲେ ପୁଟିନ, ଏସିଆଇ ଓ ୟୁରୋପୀୟ ଦେଶଙ୍କୁ ତେଲ ବିକ୍ରି କରିପାରିବନାହିଁ । ସେହିପରି ଚୀନ, ଋଷକୁ ସେମିକଣ୍ଡକ୍ଟର ଦେଇ ପାରିବ ନାହିଁ । ସେମିକଣ୍ଡକ୍ଟର ବିନା ଋଷର ମିଜାଇଲ କାମ କରିବ ନାହିଁ । ଏମିତି ସ୍ଥିତିରେ ପୁଟିନଙ୍କ ପାଖରେ କୌଣସି ବିକଳ୍ପ ରହିବ ନାହିଁ ।