ଭୋଟ୍ ଗଣତି ଆରମ୍ଭ

1 min read

ବିଜେପୁର ଉପନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ତ୍ରୀସ୍ତରୀୟ ସୁରକ୍ଷା ମଧ୍ୟରେ ପଦ୍ମପୁର ମାର୍କେଟ ୟାର୍ଡରେ ଭୋଟ୍ ଗଣତି ଚାଲିଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା କରାଯାଉଛି । ଏହା ପରେ ଇଭିଏମ୍ ଖୋଲାଯିବ ।

ଗଣତି ପାଇଁ ୧୪ଟି ଟେବୁଲ ଓ ଗୋଟିଏ ରାଉଣ୍ଡ ଟେବୁଲର ବ୍ୟବସ୍ଥା କରାଯାଇଛି । ମୋଟ ୨୧ଟି ରାଉଣ୍ଡରେ ଭୋଟ୍ ଗଣତି ହେବ । ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବଜରଭର୍ ରହିଛନ୍ତି ।

ଗତ ୨୧ ତାରିଖରେ ବିଜେପୁରର ୨୮୫ଟି ବୁଥରେ ଭୋଟ୍ ଗ୍ରହଣ ହୋଇଥିଲା । ୭୯.୧୭ ପ୍ରତିଶତ ମତଦାନ ହୋଇଥିଲା । ')}

Leave a Reply