ଭୁବନେଶ୍ବର : ବଙ୍ଗୋପସାଗରରେ ଯୋଡା ବାତ୍ୟା । ହେଲେ ପଡିବନି ଓଡିଶା ଉପରେ ବଡ଼ ପ୍ରଭାବ । ୩୦ ରୁ ଡିସେମ୍ବର ୨ ତାରିଖ ଭିତରେ ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା । ଏବେ ସୁମଦ୍ରରେ ୨ଟି ସିଷ୍ଟମ ସକ୍ରିୟ ରହିଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟା ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ସେନୟାର ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି । ତେବେ ଏହି ସିଷ୍ଟମର ପ୍ରଭାବ ଓଡ଼ିଶାରେ ପଡୁ ନଥିବା ବେଳେ, ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି । ତେବେ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ଯ ବାତ୍ୟାର ପ୍ରଭାବରେ ୩୦ ରୁ ଡିସେମ୍ବାର ୨ ତାରିଖ ଭିତରେ ରାଜ୍ୟର ଦକ୍ଷିଣ ଓଡିଶାର କିଛି କିଛି ଜିଲ୍ଲା ମାନଙ୍କରେ ସାମନ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ଶୀତ କୁମଛି । ଦୁଇ ଦୁଇଟି ସିଷ୍ଟମ ଆକ୍ଟିଭ କାରଣରୁ ବାୟୁମଣ୍ଡଳରେ ବଙ୍ଗୋପ ସାଗରରୁ ପ୍ରବେଶ କରୁଛି ଜଳୀୟ ବାସ୍ପ । ଏହା ପ୍ରଭାବରେ ଶୀତ କମୁଛି । ତେବେ ଆସନ୍ତା ୩ ତାରିଖ ବେଳକୁ ପୁଣି ବଢିବ ଶୀତ ।

