ଭୁବନେଶ୍ବର : ଶୀତ ଲହରୀରେ ଥରହର ଓଡ଼ିଶା। ଶୁଖିଲା ପାଗ ଯୋଗୁ କମୁଛି ପାରଦ। ଭୋରରୁ ଘରୁ ବାହାରିବା ମୁସକିଲ ହୋଇପଡୁଛି । ସାରା ରାଜ୍ୟରେ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଫୁଲବାଣୀରେ ସବୁଠୁ କମ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି । ଆହୁରି ଶୁଖିଲା ପାଗ ରହିବ । ଫଳରେ ଶୀତ ଲାଗି ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ସର୍ବନିମ୍ନ ତାପମାତ୍ରା ସାମନ୍ୟ ବୃଦ୍ଧି ଘଟିବ ବୋଲି ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ରାଉରକେଲାରେ ସାମାନ୍ୟ କୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା । ଏଠାରେ ୩ ଶହ ମିଟର ରହିଥିଲା ଦୃଶ୍ୟମାନ କ୍ଷମତା।

