ପଶ୍ଚିମବଙ୍ଗ: ଡାକ୍ତରଖାନାରେ ବେଡ୍‌ ମିଳୁନି, ଖାଲି ଅକ୍ସିଜେନ ସିଲିଣ୍ଡରର ଦାମ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଘାଣ୍ଟି ହେଉଛି ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରେ କରୋନା ସ୍ଥିତି ଏବେ ଅସମ୍ଭାଳ ପରିସ୍ଥିତିରେ ପହଞ୍ଚିଛି। ଏଭଳି ସ୍ଥିତିରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି। ଲୋକେ କରୋନାରୁ ବଞ୍ଚିବା ପାଇଁ ଡାକ୍ତରଖାନା ଉପରେ ଭରସା କରୁଛନ୍ତି କିନ୍ତୁ ଯଦି ଲୋକଙ୍କୁ ଭଲ କରୁଥିବା କାରଖାନା ଅଚଳ ହୋଇପଡ଼େ ତେବେ ଲୋକେ କେଉଁଠିକୁ ଯିବେ। ସେହିଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

କରୋନାର କରୁଣ ଚିତ୍ର କଣ ବଖାଣୁଛି ଦେଖନ୍ତୁ “କୌଣସି ପ୍ରକାରେ ମୁଁ ତିନି ଦିନ ପୂର୍ବରୁ ଆମ୍ବୁଲାନ୍ସକୁ ୧୦ ହଜାର ଟଙ୍କା ଦେଇ ମୋ ଭାଇଙ୍କୁ କୋଲକାତା ଆଣିଥିଲି। ଦିନସାରା ସମସ୍ତ ସରକାରୀ ଡାକ୍ତରଖାନା ଡହଡହ ଖରାରେ ବୁଲିବା ପରେ ମଧ୍ୟ ଚିକିତ୍ସା ପାଇଁ ବେଡ୍‌ ମିଳିଲାନି। ପରେ ମୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲି। କିନ୍ତୁ ସେଠାରେ ଦିନକୁ ଦେବାକୁ ପଡ଼ିଥାନ୍ତା ଏକ ଲକ୍ଷ ଟଙ୍କା, ଯାହା ମୋ ପକ୍ଷେ ଅସମ୍ବବ ଥିଲା। ଏହା ପରେ ମୁଁ ତାଙ୍କୁ ଘରକୁ ଆଣି ସେହି ଅଞ୍ଚଳର ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଅମ୍ଳଜାନ ଦେବା ଆରମ୍ଭ କଲି। ହେଲେ ଅମ୍ଭଜାନ ଯୋଗାଡ଼ କରିବା ଡାକ୍ତରଖାନାରେ ବେଡ ମିଳିବା ଭଳି କଷ୍ଟସାଧ୍ୟ ଥିଲା। କାରଣ ଗୋଟିଏ ଖାଲି ସିଲିଣ୍ଡରକୁ ୨୫ ହଜାର ଟଙ୍କା ଦେବାକୁ ପଡ଼ୁଥିଲାା।

ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ପରଗନା ଜିଲ୍ଲାର ବାଂଲାଦେଶକୁ ଲାଗିଥିବା ଅଶୋକ ନଗର ଅଞ୍ଚଳର ମୋଇନୁଲ ଇସଲାମ। କରୋନା ସମୟରେ ଥିବା ସିଷ୍ଟମ ପ୍ରତି ନିରାଶା ଏବଂ ଅସନ୍ତୋଷ ତାଙ୍କ କଥାରୁ ସ୍ପଷ୍ଟ ବାରିହୁଏ।

ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଯେଉଁ ବେଗରେ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ ଅଟେ। ବିଶେଷକରି ରାଜଧାନୀ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଏଠାରେ ଥିବା ପରିସଂଖ୍ୟାନକୁହେ କରୋନାର କାହାଣୀ। ରବିବାର ୧୬ ହଜାର ନୂଆ ମାମଲା ରୁଜୁ ହୋଇଥିବା ବେଳେ ୫୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏଥିମଧ୍ୟରୁ କେବଳ କୋଲକାତାରେ ଚାରି ହଜାର ମାମଲା ରୁଜୁ ହୋଇଛି। ଦୁଇ ସପ୍ତାହ ପୂର୍ବରୁ, ଯେଉଁଠାରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୮,୩୯୮ ଏବଂ ହାରାହାରି ମୃତ୍ୟୁ ସଂଖ୍ୟା ୧୦ ଥିଲା, ଏହା ଦୁଇ ସପ୍ତାହ ମଧ୍ୟରେ ବହୁଗୁଣିତ ହୋଇଛି।

Leave a Reply