ଦଶହରାରେ କାହିଁକି ହୁଏ ଶସ୍ତ୍ର ପୂଜା ? ଜାଣନ୍ତୁ କେମିତି ଆରମ୍ଭ ହେଲା ଏହି ପରମ୍ପରା

ନୂଆଦିଲ୍ଲୀ: ଦଶହରା ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ କରାଯାଏ । ଦଶହରାକୁ ବିଜୟା ଦଶମୀ ବୋଲି ମଧ୍ୟ କୁହାଯାଏ । ଚଳିତ ଥର  ୧୫ ଅକ୍ଟୋବର ୨୦୨୧ ଶୁକ୍ରବାର ଦଶହରା ପର୍ବ ପାଳନ ହେବ । ଏହିଦିନ ବିଶେଷକରି ଶସ୍ତ୍ର ପୂଜା କରିବାର ବିଧାନ ରହିଛି । ଏହି ଦିନ ମା’ ଦୁର୍ଗା ଏବଂ ଭଗବାନ ଶ୍ରୀରାମଙ୍କୁ ପୂଜା କରାଯାଏ । ଏହି ଦିନ କରାଯାଉଥିବା କାମରେ ଶୁଭଫଳ ମିଳେ ବୋଲି ଲୋକମାନ୍ୟତା ରହିଛି । ଖାଲି ସେତିକି ନୁହେଁ ଏହା ମଧ୍ୟ କୁହାଯାଏଯେ, ଶତୃ ଉପରେ ବିଜୟ ହାସଲ କରିବା ପାଇଁ ମଧ୍ୟ ଏହି ଦିନ ଶସ୍ତ୍ର ପୂଜା କରିବା ଉଚିତ୍‌ । ତେବେ ଏହି ପରମ୍ପରା ସହିତ କ’ଣ ରହିଛି ଇତିହାସ ଓ ପରମ୍ପରା ଆସନ୍ତୁ ଆଲୋଚନା କରିବା ।

ଜ୍ୟୋତିଷାଚାର୍ଯ୍ୟ ଡାକ୍ତର ଅରବିନ୍ଦ ମିଶ୍ରାଙ୍କ କହିବା ହେଉଛି ଦଶହରା ହିନ୍ଦୁ ମାନଙ୍କର ପ୍ରମୁଖ ପର୍ବ । ଏହି ଦିନ ମା’ ଦୁର୍ଗା ମହିଷାସୁର ନାମକ ଅସୁରକୁ ବଧ କରି ଦେବତାଙ୍କୁ ମହିଷାସୁରର ଅତ୍ୟାଚାର କବଳରୁ ରକ୍ଷା କରିଥିଲେ । ଏହିଦିନ ଭଗବାନ ଶ୍ରୀରାମ ରାବଣକୁ ବଧ କରି ମାତା ସୀତାଙ୍କୁ ତା’ କବଳରୁ ରକ୍ଷା କରିଥିଲେ । ଏହାକୁ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବୋଲି କୁହାଯାଏ ।

ପୁରାତନ କାଳରୁ ଏହିଦିନ ସନାତନ ଧର୍ମରେ ଶସ୍ତ୍ର ପୂଜାର ପରମ୍ପରା ରହିଛି । ଏହିଦିନ ଲୋକ ଶସ୍ତ୍ର ପୂଜା ସହିତ ଯାନବାହନର ମଧ୍ୟ ପୂଜା କରନ୍ତି । ଖାଲି ସେତିକି ନୁହେଁ ଏହି ଦିନ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଶୁଭ ବୋଲି କୁହାଯାଏ ।

ଜ୍ୟୋତିଷାଚାର୍ଯ୍ୟ ଏହା ମଧ୍ୟ କୁହନ୍ତିଯେ,  ପୁରାତନ କାଳରେ କ୍ଷେତ୍ରୀୟମାନେ ଦଶହରାର ପ୍ରସ୍ତୁତି ଯୁଦ୍ଧକୁ ଯିବାପାଇଁ କରୁଥିଲେ । ଯୁଦ୍ଧକୁ ଯିବା ପୂର୍ବରୁ ଶସ୍ତ୍ର ପୂଜା କରାଯାଉଥିଲା ।  ତେବେ ସେହି ସମୟରୁ ଏହି ପରମ୍ପରା ଚାଲି ଆସୁଛି ।

Leave a Reply