ଜାଣନ୍ତୁ ତେଜସ୍‌ର କାରନାମା

1 min read

ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍‌ରେ ଅଧ ଘଣ୍ଟା ଉଡ଼ିଛନ୍ତି । ତିନି ବର୍ଷ ପୂର୍ବରୁ ବାୟୁସେନାରେ ସାମିଲ ହୋଇଥିଲା ମଲଟିରୋଲ ଫାଇଟର ଜେଟ୍‌ ତେଜସ । ଆମେ ଆପଣଙ୍କୁ ଜଣାଇବୁ ଏହା ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା  ।

ତେଜସ୍‌ କଣ ?

tejasଆକାଶରୁ ଆକାଶକୁ ଓ ଆକାଶରୁ ଭୂପୃଷ୍ଠକୁ ମିଶାଇଲ୍‌ କ୍ଷେପଣ କରିପାରେ ତେଜସ୍‌ । ଏଥିରେ ମିଶାଇଲ ବମ୍‌ ଓ ରକେଟ୍‌ ଖଞ୍ଜା ଯାଇପାରିବ । ତେଜସ୍‌ ୪୨ ପ୍ରତିଶତ କାର୍ବନ ଫାଇବର, ୪୩ ପ୍ରତିଶତ ଆଲୁମିନିୟମ ଏଲୟ ଓ ଟାଇଟାନିୟମରେ ତିଆରି  । ଏହା ସିଙ୍ଗଲ ସିଟେଡ୍‌ ପାଇଲଟ୍‌ ବିମାନ । ଏଥିସହ ରହିଛି ଟ୍ରେନରଙ୍କ ପାଇଁ ୨ଟି ସିଟ୍‌  । ଏଯାଏଁ ପ୍ରାୟ ୩୫ଶହରୁ ଅଧିକ ଥର ଉଡ଼ାଣ ଭରିସାରିଲାଣି ତେଜସ୍ । ଏହା ଗୋଟିଏ ଥରରେ ୫୪ ହଜାର ଫୁଟ୍‌ ଉଚ୍ଚରେ ଉଡିପାରେ । ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୭ହଜାର କୋଟି ।

 

ଭାରତକୁ ତେଜସ୍‌ର ଆବଶ୍ୟକତା କଣ ?

ଭାରତୀୟ ବାୟୁସେନାରେ ରହିଛି ୩୫ଟି ସ୍କ୍ବାର୍ଡନ  । ଗୋଟିଏ ସ୍କ୍ବାର୍ଡନରେ ରହିଛି ୧୬ରୁ୧୮ଟି ଫାଇଟର । ୩୫ଟି ସ୍କ୍ବାର୍ଡନରୁ ୧୧ଟିରେ ମିଗ୍‌-୨୧ ଓ ମିଗ୍‌ -୨୭ ଫାଇଟର୍ ରହିଛି । ଏହି ଦୁଇଟି ଫାଇଟର୍‌ର ଅବସ୍ଥା ଏତେ ଭଲ ନାହିଁ  । ଯେହେତୁ ପଡ଼ୋଶୀ ପାକିସ୍ତାନ ଓ ଚୀନ୍‌କୁ ନେଇ ସବୁବେଳେ ସୀମାରେ ଉତ୍ତେଜନା ଲାଗିରହୁଛି, ତେଣୁ ବିଶେଷଜ୍ଞଙ୍କ ମତରେ ଭାରତକୁ ଦରକାର ୪୫ଟି ସ୍କ୍ବାର୍ଡନ । କିନ୍ତୁ ତେଜସ୍‌ ବର୍ତ୍ତମାନ ୩୪ ନମ୍ବର, ଫ୍ରାନ୍ସରୁ ରାଫେଲ୍‌ ମିଳିଲେ ଏହା ହେବ ୩୫ତମ  ସ୍କ୍ବାର୍ଡନ  ।

ଜାଣନ୍ତୁ ତେଜସ୍‌ର ବଳ ?

ତେଜସ୍‌ର ଘଣ୍ଟାପ୍ରତି ବେଗ ରହିଛି ୨,୨୨୨ କି.ମି  । ଏହା ଗୋଟିଏ ଥରରେ ୩ ହଜାର କି.ମି ଦୂର ଉଡ଼ାଣ ଭରିପାରେ  । ଗୋଟିଏ ତେଜସ୍‌ ୪୩ ଫୁଟ୍‌ ଲମ୍ବା ଓ ୧୫ ଫୁଟ୍‌ ଉଚ୍ଚ  । ସମସ୍ତ ଯୁଦ୍ଧ ସରଞ୍ଜାମ ସହ ଏହାର ଓଜନ ୧୩ ହଜାର ୫୦୦ କିଲୋଗ୍ରାମ୍  । ')}

Leave a Reply