spot_img

Latest Posts

ହ୍ଵାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ, ଜଣେ ସନ୍ଦିଗ୍ଧ ଅଟକ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଭବନ ହ୍ଵାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହା ଏକ ଟାର୍ଗେଟେଡ୍ ସୁଟିଂ ବୋଲି କୁହାଯାଉଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି। ସେ ଆଫଗାନିସ୍ତାନ ବଂଶୋଦ୍ଭବ ବୋଲି ଜଣାପଡ଼ିଛି। ୨୦୨୧ରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସମୟରେ ସେ ଆସିଥିଲା। ସୁରକ୍ଷାକର୍ମୀଙ୍କ ସହିତ ତାର ଗୁଳି ବିନିମୟ ହୋଇଥିଲା। ପୁରା ଅଞ୍ଚଳକୁ କର୍ଡନ କରି ତଦନ୍ତ ଖାନତଲାସି କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ସିକ୍ରେଟ ଏଜେଣ୍ଟ ଓ ଏକ୍ସପ୍ଲୋସିଭ ବ୍ୟୁରୋ। ଏହି ଗୁଳିକାଣ୍ଡ ପରେ ହ୍ଵାଇଟ ହାଉସର ସୁରକ୍ଷା ପାଇଁ ଅଧିକ ୫୦୦ ସୁରକ୍ଷାକର୍ମୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏହା ଆଗରୁ ଗତ ଅଗଷ୍ଟ ମାସରେ ୩୦୦ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଥିଲା ହ୍ଵାଇଟ ହାଉସରେ। ଏହି କାଣ୍ଡ ଅଭିଯୁକ୍ତକୁ ବହୁତ ମହଙ୍ଗା ପଡ଼ିବ ବୋଲି କହିଛନ୍ତି ଟ୍ରମ୍ପ।

Latest Posts

Don't Miss