ଆଲକୋହଲ ଓ ଚିନିମିଶ୍ରିତ ମଦ୍ୟଜାତୀୟ ସାମଗ୍ରୀ ଉପରେ ବଢାଅ କର: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆହ୍ବାନ

1 min read

ନୂଆଦିଲ୍ଲୀ : ଆଲକୋହଲ ଓ ଚିନିମିଶ୍ରିତ ମଦ୍ୟଜାତୀୟ ସାମଗ୍ରୀ ଉପରେ କର ବଢ଼ାଅ । ସମସ୍ତ ରାଷ୍ଟ୍ରଙ୍କୁ ଏହି ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏକ ପ୍ରେସ ବିଜ୍ଞପ୍ତିରେ ସଂଗଠନ କହିଛନ୍ତି, ପୃଥିବୀର ବହୁ କମ୍ ରାଷ୍ଟ୍ର ଏହି ପଦକ୍ଷେପ ନେଇଛନ୍ତି । ବିଶ୍ବରେ ଏହି ଧରଣର ସାମଗ୍ରୀ ଉପରେ କର ହାର ବହୁତ କମ୍ ରହିଛି । ଯଦି କର ହାର ବୃଦ୍ଧି କରାଯାଏ ତେବେ ଏହାର ସକାରାତ୍ମକ ପ୍ରଭାବ ଲୋକଙ୍କ ଉପରେ ପଡିବ ।

ସଂଗଠନ କହିଛି ମଦ୍ୟପାନ ଯୋଗୁ ପ୍ରତିବର୍ଷ ବିଶ୍ବରେ ୨୬ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି । ସେହିପରି ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇ ବାର୍ଷିକ ୮୦ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ । ଯଦି ମଦ ଓ ଚିନିମିଶ୍ରିତ ମଦ୍ୟ ମଦ୍ୟଜାତୀୟ ସାମଗ୍ରୀ ଉପରେ ଅଧିକ କର ଲାଗୁ କରାଯାଏ ତେବେ ଅନେକ ଲୋକଙ୍କ ଜୀବନ ରକ୍ଷା ପାଇପାରିବ । ସଂଗଠନ ପକ୍ଷରୁ କୁହାଯାଇଛି- ଏହି ଧରଣର ସାମଗ୍ରୀ ଉପରେ ୧୦୮ଟି ରାଷ୍ଟ୍ର ସାମାନ୍ୟ ଅଧିକ କର ଲାଗୁ କରିଛନ୍ତି । ସେହି ରାଷ୍ଟ୍ରଙ୍କ ମଧ୍ୟରୁ ଅର୍ଦ୍ଧାଧିକ ରାଷ୍ଟ୍ରରେ ପାଣି ଉପରେ କର ଲାଗୁ କରୁଛନ୍ତି ଯାହାକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେଇନାହିଁ ।

ଯଦି ଅସ୍ବାସ୍ଥ୍ୟକର ସାମଗ୍ରୀ ଉପରେ କର ଲାଗୁ କରାଯାଏ ତେବେ ସୁସ୍ଥ ଲୋକଙ୍କ ସଂଖ୍ଯା ଅଧିକ ହେବ । ଏହା ସହ ହିଂସା ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଏହା ସହାୟକ ହେବ ବୋଲି କହିଛନ୍ତି ସଂଗଠନର ହେଲଥ ପ୍ରମୋସନ ନିର୍ଦ୍ଦେଶକ ରୁଡିଗର କ୍ରେଚ । ବିଶ୍ବର 22ଟି ରାଷ୍ଟ୍ରରେ ମଦକୁ କରମୁକ୍ତ କରାଯାଇଥିବାବେଳେ ସର୍ବାଧିକ ବିକ୍ରି ହେଉଥିବା ମଦ ଉପରେ ୧୭.୨ ପ୍ରତିଶତ କର ଲାଗୁ କରାଯାଉଛି । ସେହିପରି ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍ପିରିଟି ଉପରେ 26.5 ପ୍ରତିଶତ କର ଲାଗୁ କରାଯାଇଛି ।