ଘରେ ପଶି ନାବାଳକକୁ କିଏ କରିଲା ହତ୍ୟା?

ଖୋର୍ଦ୍ଧା: ଘରେ ପଶି ନାବାଳକକୁ କିଏ କରିଲା ହତ୍ୟା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନିର୍ମମ ହତ୍ୟାକାଣ୍ଡ ପଛର କାରଣ କଣ । ପାଠ ପଢୁଥିବାବେଳେ ନବମ ଶ୍ରେଣୀର ଛାତ୍ର ଶୁଭମ ସ୍ବରୂପ ପାଲଟାସିଂଙ୍କୁ ଛୁରି ଭୁସି ହତ୍ୟା କରିଛି ଦୁର୍ବୃତ୍ତ । ଶୁଭମକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।

ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  । ଛୁରାମାଡ଼ କିଏ ଓ କାହିଁକି କଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  ଭୁବନେଶ୍ବର ୩ ନମ୍ବର ଜୋନ ଏସୀପି  ପ୍ରଦୀପ କୁମାର ରାଉତ ଏବଂ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ଛାନବିନ କରିଛନ୍ତି  । ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବାବେଳେ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି  । ମୃତକ ଶୁଭମଙ୍କ ବାପା ମନୋଜ ପାଲଟାସିଂ ଜଣେ ଶିକ୍ଷକ  । ଗତକାଲି ସନ୍ଧ୍ୟାରେ ଝିଅ ଓ ପତ୍ନୀଙ୍କ ସହିତ ମିଶି ମନୋଜ କିଛି ପିଲାଙ୍କୁ ଘରେ ଟିଉସନ କରୁଥିଲେ । ଏହି ସମୟରେ ଅନ୍ୟ ଏକ ଘରେ ପସି ପାଠ ପଢୁଥିଲା ଶୁଭମ  । ହଠାତ ଚିତ୍କାର ଶୁଣି ଶୁଭମର ମାଆ ପୁଅ ପାଖକୁ ଆସି ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ  । ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  । ପୂର୍ବରୁ କାହା ସହିତ ଶତ୍ରୁତା ନଥିଲା ବୋଲି ଶୁଭମ ବାପା କହିଛନ୍ତି  । ତେବେ କେଉଁ କାରଣ ପାଇଁ ଆଉ କିଏ ଶୁଭମଙ୍କୁ ହତ୍ୟା କଲା ସେନେଇ ପୋଲିସ ଛାନବିନ ଜାରି ରଖିଛି  ।