କାଉଡ଼ି ଯାତ୍ରାକୁ ଅନୁମତି ପରେ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:   ଉତ୍ତରପ୍ରଦେଶ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା । କରୋନା ସଙ୍କଟ କାଳରେ କାଉଡି ଯାତ୍ରାକୁ ଅନୁମତି ଦେବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହ  ୟୁପି ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।

ଜଷ୍ଟିସ୍ ଆର ଏଫ୍ ନରୀମନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାକୁ ନେଇ  ନୋଟିସ ଜାରି କରିଛନ୍ତି । ଆସନ୍ତା ୧୬ ତାରିଖ ବା ଶୁକ୍ରବାର ଏହି ମାମଲାର ଶୁଣାଣି ହେବ । ଦେଶରେ କରୋନା ସଙ୍କଟ ଜାରି ରହିଥିବାରୁ ବିଭିନ୍ନ ରାଜ୍ୟରେ କାଉଡିଆଙ୍କ ଶ୍ରାବଣୀ ଯାତ୍ରା ଉପରେ ରୋକ ଲଗାଯାଇଛି । ହେଲେ ୟୁପି ସରକାର ଏ ନେଇ ଅନୁମତି ଦେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

 

ଏହି ମାମଲାକୁ ନେଇ କୋର୍ଟ କହିଛନ୍ତିଯେ, କାଉଡ଼ି ଯାତ୍ରାକୁ ଅନୁମତି ମିଳିବା ପରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡାକ୍ତରୀ ବିଶେଷଜ୍ଞମାନେ ଜନ ସମାଗମରୁ ଦୂରେଇ ରହିବାକୁ ଚେତାବନୀ ଦେଉଥିବାବେଳେ କାଉଡ଼ି ଯାତ୍ରାକୁ ନେଇ ଏଭଳି ନିଷ୍ପତ୍ତି ଆସିବା ପରେ ଲୋକମାନେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ ।

 

କରୋନାର ତୃତୀୟ ଲହର ଆସୁଥିବାବେଳେ ଏହାକୁ ନେଇ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

 

 

Leave a Reply