ଶୀତେଇ ଆସୁଛି ଓଡ଼ିଶା; ଖସୁଛି ପାରଦ, ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ…

ଭୁବନେଶ୍ୱର: ରାଜ୍ୟରେ କମୁଛି ତାପମାତ୍ରା । ୧୧ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ଅଛି। । ସୋନପୁରରେ 10 ଡିଗ୍ରୀ ତଳେ ରହିଛି ପାରା । ୦୯.୬ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଥଣ୍ଡା ସହର ପାଲଟିଛି ସୋନପୁର  । ଦାରିଙ୍ଗବାଡିରେ ୧୦.୫, ଫୁଲବାଣି  ୧୦.୫, ଅନୁଗୁଳରେ ୧୧, କୋରାପୁଟରେ ୧୧.୬ ଓ ଭବାନିପାଟଣାରେ ୧୨.୨ ଡିଗ୍ରୀ ରହିଛି ପାରା  । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବନାହିଁ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର  ।

ତେବେ ପୂର୍ବ ବଙ୍ଗୋପ ସାଗରରୁ ତରଙ୍ଗାୟିତ ବାୟୁ ପ୍ରବାହ ଯୋଗୁ ୧୧ ତାରିଖରେ ଉପକୂଳ ଓଡ଼ିଶା ଓ ୧୨ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି  । ତିନି ଦିନ ପରେ ଥଣ୍ଡା ପ୍ରଭାବ ଅଧିକ ଦେଖାଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର   ।

Leave a Reply