spot_img

Latest Posts

ଶୀତରେ ଥରୁଛି ଓଡ଼ିଶା, ୭ ସହରରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର : କଲବଲ କରୁଛି ଶୀତ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅତ୍ୟଧିକ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ପାରଦ ହ୍ରାସ ପାଇଛି। ହାଡ଼ଭଙ୍ଗା ଶୀତରେ ଥରୁ ଝାରସୁଗୁଡା ଓ ରାଉରକେଲା । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ଥୁଆମୂଳ ରାମପୁରରେ ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡାରେ ୭, ରାଉରକେଲା ୯.୧, କେନ୍ଦୁଝର ୧୧, ସମ୍ବଲପୁର ୧୧.୪, ଭୁବନେଶ୍ୱର ୧୩, ହୀରାକୁଦ ୧୩, ବାଲେଶ୍ୱର ୧୪.୪, ଗୋପାଳପୁର ୧୪.୮, ଚାନ୍ଦବାଲି ୧୫ ଓ ପୁରୀରେ ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରୀ ରେକର୍ଡ ହୋଇଛି।

Latest Posts

Don't Miss