ଭୁବନେଶ୍ବର : ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ହେଉଛି ଓଡ଼ିଶା । ଦୁଇଦିନ ହେଲା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଗକୁ ଆହୁରି ଥଣ୍ଡା ବଢିବା ନେଇ ସମ୍ଭାଵନା ରହିଛି । ରାତ୍ରି ୨ରୁ ୪ ଡିଗ୍ରୀ ରାତ୍ରି ତାପମାତ୍ରା ହ୍ରାସ ପାଇବ । ସେହିପରି ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୬ ଦିନ ଯାଏ ପାଗ ଶୁଖିଲା ରହିବ। ତେଣୁ ଜାଡ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ କଲବଲ କରୁଛି ଘନ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ ମିଟର ଆଗକୁ ଦେଖାଯାଉନି ରାସ୍ତାଘାଟ । ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।

