ବଢୁଛି ଶୀତ: ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ

ଭୁବନେଶ୍ୱର: ଜାଡର ମାଡରେ ଥରୁଛି ଓଡ଼ିଶା । ଦିନକୁ ଦିନ ପାରଦ ତଳମୁହାଁ ହେଉଥିବା ବେଳେ ଥଣ୍ଡା ବଢୁଛି। ରାଜ୍ୟରେ ୪ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି କୁହୁଡ଼ିର ପରିମାଣ ବଢିଛି । ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ କରାଯାଇଛି।

Winter

ଗତ କିଛି ଦିନ ହେଲା ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିଛି । ଫଳରେ ଥଣ୍ଡା ବଢୁଛି ବୋଲି କହିଛି ପାଣିପାଗ ବିଭାଗ। ଗତ ୨୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଏଥିସହ ଦକ୍ଷିଣ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରେକର୍ଡ ହୋଇଛି  ।

Leave a Reply