ମନା କରିଦେଲା ଆମ୍ୱୁଲାନ୍ସ: ୧୪୦ କିଲୋମିଟର ଅଟୋ ଚଳାଇ ଘରେ ପହଞ୍ଚାଇଲେ ମହିଳା

1 min read

ଇମ୍ଫାଲ: ଭୟଙ୍କର ଭୂତାଣୁ କରୋନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କୋକୁଆ ଭୟ । ଏଭଳି ସମୟରେ ଜଣେ ସାଧାରଣ ଲୋକ ଅନ୍ୟ ଜଣେ ଅଚିହ୍ନ ଲୋକଙ୍କ ସଂସ୍ପର୍ଶକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ଏଭଳି ସମୟରେ ଜଣେ ମହିଳା ଅଟୋ ଡ୍ରାଇଭର ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ନେଇ ତାଙ୍କ ଘରେ ପହଞ୍ଚାଇଛନ୍ତି । ପାଖାପାଖି ୧୪୦ କି.ମି ନିଜେ ଅଟୋ ଚଳାଇ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି ।

Image

ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଇମ୍ଫାଲ ସ୍ଥିତ ଜବହାରଲାଲ ନେହେରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ହେଲେ ସେ ଅନ୍ୟ ଜିଲ୍ଲାର ହୋଇଥିବାରୁ ତାଙ୍କୁ ଘରକୁ ପଠାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆମ୍ୱୁଲାନ୍ସ ଦିଆଯାଇନଥିଲା ।

Image

ଏଭଳି ସମୟରେ ୨ ଛୁଆର ମା’ ଏଚେ  ଲାବି ଓଇନାମ୍‌ ନାମକ ଜଣେ ମହିଳା ଅଟୋ ଚାଳକ ତାଙ୍କୁ ନେଇ ଘରକୁ ଯିବାକୁ ରାଜି ହୋଇଥିଲେ । ଦୀର୍ଘ ୮ ଘଣ୍ଟା ଅଟୋ ଚଳାଇବା ପରେ ସେ ସୁସ୍ଥ ବ୍ୟକ୍ତି ଜଣଙ୍କୁ ନେଇ ଘରେ ପହଞ୍ଚିଥିଲେ ।

ମହିଳାଙ୍କ ଏଭଳି ସହଯୋଗକୁ ସମସ୍ତେ ପ୍ରଶାଂସା କରିଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍ ସିଂହ ମହିଳାଙ୍କ ଏଭଳି ସାହସିକତା ଏବଂ ସହଯୋଗକୁ ପ୍ରଶଂସା କରିବା ସହ ୧.୧୦ ଲକ୍ଷ ଟଙ୍କାର ଆର୍ଥକ ପୁରସ୍କାର ପ୍ରଦାନ କରିଛନ୍ତି । ଏ ନେଇ ନିଜ ଟ୍ୱିଟ୍ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଇଛନ୍ତି ।

Leave a Reply