spot_img

Latest Posts

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଘରୁ ଘୋଷାଡି ନେଇ ହତ୍ୟା

କେନ୍ଦୁଝର: ଆନନ୍ଦପୁର ଘଷିପୁରା ଥାନା ନିଆଳିଝରଣ ଗାଁରେ ଡାଆଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ। ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା। ମୃତ ମହିଳା ଜଣକ ହେଉଛନ୍ତି ସାଲକେ ହେମ୍ବ୍ରମ। ଗତ ସନ୍ଧ୍ୟାରେ ଗାଁରେ ଯାତ୍ରା ପାଇଁ ଭୋଜି ହୋଇଥିଲା। ଭୋଜି ଖାଇବାକୁ ସ୍ବାମୀ ମୋହନ ସମେତ ଘରର ଅନ୍ଯ ସଦସ୍ଯ ମାନ ଯାଇଥିଲେ।

ସାଲକେ ଓ ଶାଶୁ ସୁମି ଘରେ ରହିଥିଲେ। ଏହି ସମୟରେ ଏକ ଅଚିହ୍ନା ବ୍ଯକ୍ତି ଘରକୁ ଆସି ସାଲକେକୁ ହାଣ୍ଡିଆ କିଣି ଆଣିଦେବାକୁ କହିଥିଲେ। ହେଲେ ସାଲକେ ମନା କରିବାରୁ ତାଙ୍କୁ ଘରୁ ପଦାକୁ ଘୋଷାଡି ନେଇ ଘର ସାମ୍ନାରେ ହତ୍ଯା କରିଥିବା କହିଛନ୍ତି ଶାଶୁ ସୁମି।

ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ୍ ଟିମ୍ ଗାଁ ରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଂଟିଫିକ୍ ଟିମ୍ ମଧ୍ଯ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି। ତେବେ ଗାଁ ରେ କେହି ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିବାରୁ ଡାହାଣୀ ସନ୍ଦେହରେ ହତ୍ଯାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Latest Posts

Don't Miss