spot_img

Latest Posts

ରାଜ୍ୟରେ ଆରମ୍ଭ ହେଲା ନାରୀ ଅଦାଲତ, ୧୦ ଆକାଂକ୍ଷୀ ଜିଲ୍ଲାରେ ହେଲା ଶୁଭାରମ୍ଭ

ଭୁବନେଶ୍ବର : ମହିଳାମାନଙ୍କ ବିବାଦର ସମାଧାନ କରିବେ ମହିଳା । ୧୦ଟି ଜିଲ୍ଲାରେ ଆରମ୍ଭ ହେଲା ନାରୀ ଅଦାଲତ। ବିବାଦ ସମାଧାନ ଦିଗରେ ସହାୟତା ପ୍ରଦାନ କରିବାକୁ ଥିବା ମହିଳାମାନଙ୍କୁ ମିଳିବ ‘ନ୍ୟାୟଶକ୍ତି’ମାନ୍ୟତା । ଆଇନ ଅଦାଲତରେ ନିଜ ଅଧିକାର ପାଇଁ ବର୍ଷ ବର୍ଷ ଧରି ପେଷି ହେଉଥିବା ମହିଳାଙ୍କୁ ମିଳିବ ତ୍ବରିତ ନ୍ୟାୟ। କୋର୍ଟ ରୁମ୍ ନୁହଁ, ମଧ୍ୟସ୍ଥତା କେନ୍ଦ୍ରରେ ହେବ ସମାଧାନ। ପାରିବାରିକ ଜଞ୍ଜାଳ ହେଉ କି ଯୌତୁକ ଜନିତ ନିର୍ଯାତନା, ସମ୍ପତ୍ତି ବିବାଦ ହେଉ କି ଘରୋଇ ହିଂସା, ନିଜ ଅଧିକାର ପାଇଁ ଲଢୁଥିବା ମହିଳାଙ୍କୁ ନାରୀ ଅଦାଲତ ସମାଧାନର ବାଟ ଦେଖାଇବ। ମହିଳାଙ୍କ ସାମ୍ନାରେ ଜଣେ ମହିଳା ନିଜ ସମସ୍ୟା ଖୋଲାଖୋଲି ଭାବେ କହିପାରିବ । ପ୍ରତ୍ୟେକ ନାରୀ ଅଦାଲତରେ ୬-୭ ଜଣ ନ୍ୟାୟ ଶକ୍ତିଙ୍କୁ ନିଯୁକ୍ତି ମିଳିବ। ଏଥିପାଇଁ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ। ମଧ୍ୟସ୍ଥତା କେନ୍ଦ୍ରର ନିଷ୍ପତ୍ତି ଆଇନଗତ ମାନ୍ୟତା ଦେବାକୁ ସରକାର ପ୍ରୟାସ କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଗତ ଦେଢବର୍ଷରେ ମହିଳା ଅପରାଧ କ୍ଷେତ୍ରରେ ୪୦ ହଜାର ୯୪୭ଟି ମାମଲା ରୁଜୁ ହୋଇଛି । ୩ ହଜାର ୨୦୫ଟି ଦୁଷ୍କର୍ମ, ୨୦୨ଟି ଦୁଷ୍କର୍ମ ଉଦ୍ୟମ, ବିବାହ ପ୍ରତିଶୃତି ଦେଇ ଶୋଷଣ ମାମଲା ୯ ହଜାର ୮୫୧, ଯୌନ ନିର୍ଯାତନା ମାମଲା ୭୩୩୦, ସର୍ବସାଧାରଣରେ ଅସଦାଚରଣ ୨ ହଜାର ୩୧୦, ଅପହରଣ ୮ ହଜାର ୮୬୩ ଏବଂ ୪୯ଟି ଯୌତୁକ ଆତ୍ମହତ୍ଯା ମାମଲା ରୁଜୁ ହୋଇଛି ବୋଲି ବିଧାନସଭାରେ ସରକାର ଉତ୍ତର ରଖିଛନ୍ତି । ଏଭଳି ସ୍ଥିତିରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ୧୦ଟି ଆକାଂକ୍ଷୀ ଜିଲ୍ଲାରେ ସଚେତନତା, ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତର ଶୁଭାରମ୍ଭ ହୋଇଛି । ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ଅନ୍ତର୍ଗତ ଶିଶୁ କନ୍ୟା ସପ୍ତାହର ଶୁଭାରମ୍ଭ କରିଛନ୍ତି ସରକାର। ଯାଜପୁର ଓ ପୁରୀ ବାଳାଶ୍ରମରେ ଉନ୍ନତମାନର ରୋଷଘର ସହ ଖୋର୍ଦ୍ଧା ଓ ଗଜପତିରେ ‘ସମନ୍ବିତ ବାତ୍ସଲ୍ୟ ସଦନ’ର ଶୁଭାରମ୍ଭ ହୋଇଛି। ‘ପାଳନା’ ଯୋଜନା ମାର୍ଗଦର୍ଶିକାର ଶୁଭ ଉନ୍ମୋଚନ ହୋଇଛି ।

Latest Posts

Don't Miss