ଲକଡାଉନରେ ଫସିଥିବା ଶ୍ରମିକମାନେ ବଦଳାଇ ଦେଲେ ସରକାରୀ ସ୍କୁଲର ଚିତ୍ର, ଛୁଟିଲା ପ୍ରଶଂସାର ସୁଅ

2 min read

ଶୀକର- ଲକଡାଇନ କାରଣରୁ ଫସି ରହିଥିବା ଶ୍ରମିକ ମାନେ ନିଜ ପରିଶ୍ରମରେ ଏକ ସ୍କୁଲ ଘରକୁ ସୁନ୍ଦର ଭାବରେ ରଙ୍ଗ ଦେଇ ସଜାଇଛନ୍ତି । ଏଭଳି ପରିସ୍ଥିତିରେ ଏହି କାର୍ଯ୍ୟ ଏକ ସକାରାତ୍ମକ ଭାବନାକୁ ସୃଷ୍ଟି ଦେଇଥାଏ । ଏହି ଶ୍ରମିକ ମାନେ କରୋନା ଭାଇରସ ଯୋଗୁଁ ଜାରି ହୋଇଥିବା ଲକଡାଉନରେ ରାଜସ୍ଥାନର ଶୀକର ଜିଲ୍ଲାରେ ଫସି ରହିଥିଲେ । ଏହି ସମସ୍ତ ଶ୍ରମିକଙ୍କୁ ଜିଲ୍ଲାର ରାଷ୍ଟ୍ରିୟ ରାଜମାର୍ଗ ରେ ଥିବା କସବେ ପଲସାନାର ସରକାରୀ ସ୍କୁଲରେ ପ୍ରସ୍ତୁତ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି । କ୍ୱାରେଣ୍ଟାଟାଇନ ରହିବା ସମୟରେ ଏହି ଶ୍ରମିକ ମାନେ ଏକ ସକାରତ୍ମକ ଭାବନା ସୃଷ୍ଟି କରିଛନ୍ତି । ଏଠାରେ ରହୁଥିବା ଶ୍ରମିକ ମାନେ ସ୍କୁଲର ନକ୍ସା ହି ପରିବର୍ତ୍ତନ କରିଦେଇଛନ୍ତି । ସ୍କୁଲରେ ରହୁଥିବ ଶ୍ରମିକ ମାନେ ଖାଲି ସମୟରେ ସ୍କୁଲକୁ ରଙ୍ଗ ଦେବାର ଦାୟିତ୍ୱ ନେଇଛନ୍ତି ଏବଂ ଏହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି ।

ସହିଦ ସୀତାରାମ କୁମାୱାଟ ଏବଂ ପାଲସାନା ସହରର ସେଠ୍ କେ.ଏଲ୍ ତାମ୍ବି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର 54 ଜଣ ଶ୍ରମିକ ରହୁଛନ୍ତି । ଏହି ସମସ୍ତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସେମାନଙ୍କର କ୍ୱାରେଣ୍ଟାଇନ ଅବଧି ମଧ୍ୟ ସମାପ୍ତ ହୋଇଛି | କେନ୍ଦ୍ରରେ ଅବସ୍ଥାପିତ ଶ୍ରମିକମାନେ କହିଛନ୍ତି ଯେ କ୍ୱାରେଣ୍ଟାଇନ ସମୟରେ ସରପଞ୍ଚ ଏବଂ ଗ୍ରାମ ଦାତା ସେମାନଙ୍କ ରହିବା ପାଇଁ ବହୁତ ଭଲ ବ୍ୟବସ୍ଥା କରିଥିଲେ। ଏହି ବ୍ୟବସ୍ଥାରେ ସେମାନେ ଏତେ ଖୁସି ଥିଲେ ଯେ ଏହାର ପ୍ରତିବଦଳରେ ସେ ଗାଁ ପାଇଁ କିଛି କରିବାକୁ ଚାହୁଁଥିଲେ ଏବଂ ଏହି ଚିନ୍ତାଧାରାରେ ସେ ବିଦ୍ୟାଳୟକୁ ରଙ୍ଗ ଦେବା କାମ ଆରମ୍ଭ କରିଥିଲେ।

ଶୁକ୍ରବାର ଦିନ ଶ୍ରମିକ ମାନେ ସରପଞ୍ଚଙ୍କଠାରୁ ରଙ୍ଗ ସାମଗ୍ରୀ ଆଣିବାକୁ ଅନୁରୋଧ କରିଥିଲେ। ସରପଞ୍ଚ ଏବଂ ବିଦ୍ୟାଳୟର କର୍ମଚାରୀଙ୍କ ତରଫରୁ ସାମଗ୍ରୀ ଯୋଗାଇବା ପରେ ଶ୍ରମିକମାନେ ବିଦ୍ୟାଳୟକୁ ରଙ୍ଗ କରିଥିଲେ ଏବଂ ବିଦ୍ୟାଳୟକୁ ଉଜ୍ଜ୍ୱଳ କରିଥିଲେ ଯାହାକୁ ଦେଖି ପ୍ରଶାସନ ତରଫରୁ ଖୁବ ପ୍ରଶଂସା କରାଯାଇଥିଲା । ନିକଟରେ କ୍ୟାମ୍ପ ଯାଞ୍ଚ କରିବାକୁ ଆସିଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜଗତ ସିଂ ପାନୱାର ମଧ୍ୟ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍ ବିଦ୍ୟାଳୟ ଦେଖି ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ସେଣ୍ଟରରେ ରହୁଥିବା ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ଶ୍ରମିକମାନଙ୍କ ମତାମତ ଶୁଣି ପାନୱାର ସେମାନଙ୍କୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କର କାର୍ଯ୍ୟ ଅନ୍ୟ ସେଣ୍ଟର ଗୁଡ଼ିକ ପାଇଁ ଏକ ‘ଆଦର୍ଶ’ ଅଟେ। ପଲସାନାର ସରପଞ୍ଚ ରୂପ ସିଂ ଶେଖାୱତ କହିଛନ୍ତି ଯେ ଶ୍ରମିକମାନଙ୍କ ଆଚରଣରେ ପୁରା ଗାଁ ଖୁବ ପ୍ରଭାବିତ ହୋଇଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପାଲସାନା ରାଜେନ୍ଦ୍ର ମୀନା କହିଛନ୍ତି ଯେ ଗତ ନଅ ବର୍ଷ ଧରି ବିଦ୍ୟାଳୟରେ କୌଣସି ରଙ୍ଗର କାମ ହୋଇ ନଥିଲା। ରଙ୍ଗର ସାମଗ୍ରୀ ଆଣିବା ପାଇଁ ସମସ୍ତ ଶିକ୍ଷକ ମଧ୍ୟ ଆର୍ଥିକ ସହଯୋଗ କରିଥିଲେ | ଅଧିକ ପ୍ରଶଂସନୀୟ ବିଷୟ ହେଉଛି ଯେ ଏଠାରେ ରହୁଥିବା ଶ୍ରମିକମାନେ ବିଦ୍ୟାଳୟକୁ ରଙ୍ଗ କରିବା ପାଇଁ କୌଣସି ମଜୁରୀ ମଧ୍ୟ ନେଇ ନଥିଲେ।

BHILWARA, RAJASHAN, INDIA – 2020/03/20: Police personnel wearing masks as a preventive measure against coronavirus pandemic in Bhilwara. Rajasthan Government declared curfew in the city after six tested postive for COVID-19 to prevent further spread of the disease. (Photo by Sumit Saraswat/Pacific Press/LightRocket via Getty Images)

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରାଜସ୍ଥାନରେ ୧,୬୫୯ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି ଏବଂ ଏହି ରାଜ୍ୟ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ରହିଛି।

 

Leave a Reply