ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପ୍ରକୃତି ପ୍ରେମ: ବଗିଚାରେ ଫଳାଇଛନ୍ତି ବିଶ୍ୱର ଦାମୀ ଆମ୍ୱ

ରାଉରକେଲା ସହରରେ ଫଳିଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ଆମ୍ବ । ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବଗିଚାରେ ଫଳୁଛି ଏହି ଆମ୍ବ । ବିଶ୍ୱର ସବୁଠାରୁ ମୂଳ୍ୟବାନ ଆମ୍ଵ ସହିତ ବିଭିନ୍ନ ପ୍ରଜାତିର ଫୁଲଗଛ, ଫଳ, ସୈନ୍ଦର୍ଯ୍ୟ ଗଛ, ସହିତ ବିଭିନ୍ନ ପ୍ରଜାତିର ମାଛ ଓ କୁକୁଡ଼ା ଚାଷ କରିଛନ୍ତି ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଲଳିତା ପଣ୍ଡା । ୭୬ ଵର୍ଷ ଵୟସରେ ଲଳିତା ସାଜିଛନ୍ତି ପ୍ରକୃତି ପ୍ରେମୀ । ନିଜ ବଗିଚାରେ ଲଗାଇଛନ୍ତି ଦେଶ ବିଦେଶର ୪୦ ପ୍ରକାର ବିଭିନ୍ନ ଫୁଲ ଓ ଫଳ । ଏହାସହ ସେ ଘରେ ରଖିଛନ୍ତି ଅନେକ ପ୍ରଜାତିର ମାଛ ଓ ପକ୍ଷୀ । ତେବେ ତାଙ୍କ ବଗିଚାର ମୁଖ୍ୟ ଆକର୍ଷଣ ହେଉଛି ବିଶ୍ଵର ସବୁଠାରୁ ମୂଲ୍ୟବାନ ମିଆଜାକି ଆମ୍ବ । ମଧ୍ୟପ୍ରଦେଶ ଜବଲପୁରରେ ଜଣେ ବ୍ୟକ୍ତି ତାଙ୍କ ବାଡ଼ିରେ ଥିବା ଏହି ପ୍ରଜାତିର ଦୁଇଟି ଆମ୍ବଗଛକୁ ଜଗିବା ଲାଗି ବନ୍ଧୁକଧାରୀ ସୁରକ୍ଷାକର୍ମୀ ଓ ଜଗୁଆଳି କୁକୁର ନିୟୋଜିତ କରିଥିବାର ଖବର ନିକଟରେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ଅନ୍ତର୍ଜାତୀୟ ବଜାରରେ ଆମ୍ବର ମୂଲ୍ୟ କେଜି ପ୍ରତି ଥିଲା ୨ ଲକ୍ଷ ୭୦ ହଜାର ଟଙ୍କା । କଲିକତାରୁ ଆଣିଥିବା ୩ଟି ଚାରା ମଧ୍ୟରୁ ଏବେ ଗୋଟିଏରେ ୨ ଟି ଓ ଆଉ ଗୋଟିଏ ଗଛରେ ଗୋଟିଏ ଆମ୍ବ ଫଳିଛି । ଆମ୍ଵର ଓଜନ୍‌ ପ୍ରାୟ ଅଧ କିଲୋଗ୍ରାମରୁ ଅଧିକ । ଏହି ବଗିଚାରେ ରହିଥିବା ପ୍ରସିଦ୍ଧ ରାଜା ଆମ୍ବ ବର୍ଷକୁ ୩ ଥର ଫଳୁଛି ।

ଏଥିସହିତ ପଢ଼ନ୍ତୁ: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପଳାଇଲା ପ୍ରେମିକ: ଏଭଳି ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

Leave a Reply