ଦେଶରେ ୨୪ ଘଁଣ୍ଟା ମଧ୍ୟରେ ୧୪୯୦ଟି ନୂଆ ମାମଲା… ଆମେରିକାରେ ୯ ଲକ୍ଷ ୬୦ ହଜାରରୁ ଅଧିକ ସଂକ୍ରମିତ

ନୂଆ ଦିଲ୍ଲୀ: ବିଶ୍ୱ ବ୍ୟାପୀ ଜାରି ରହିଛି କରୋନା ଆତଙ୍କ । ୨୧୦ ରାଷ୍ଟ୍ରକୁ ଗ୍ରାସ କରିଥିବା ଭୂତାଣୁ ଏବେ ଭୟଙ୍କର ହେବାରେ ଲାଗିଛି । ୨୯ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହଭଳି ୮ ଲକ୍ଷ ୩୬ ହଜାର ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭାରତରେ ମଧ୍ୟ କାୟା ବିସ୍ତାର କରୁଛି କରୋନା । ଗତ ୨୪ ଘଣ୍ଟାରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪୯୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ସାରା ଦେଶରେ ମୋଟ୍‌ ୭୭୯ ଜଣକ ମୃତ୍ୟୁ ହୋଇଛି । ୨୬ ହଜାର ୨୮୩ ଜଣ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୭ ହଜାର ୬୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨୩ ଜଣକଙ୍କର ମୃତ୍ୟୁ ହୋଇଛି । ଏଥିସହ ୧୫ ଜଣ ବରିଷ୍ଠ ଅଧିକାରୀଙ୍କ ସହ ୯୬ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ହୋଇଛନ୍ତି ।

ଅନ୍ୟପଟେ ଗୁଜୁରାଟରେ ୩ ହଜାର ୭୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ୨ ହଜାର ୬୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୪ ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନରେ ୨୦୮୩ ଜଣ ଆକ୍ରାନ୍ତ ହୋଇଛନ୍ତି । ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ତେଲେଙ୍ଗାନାରେ ସ୍ଥିତି ଗମ୍ଭୀର ରହିଛି । ଏପଟେ କରୋନା ମୁକାବିଲା ନେଇ ପଶ୍ଚିମବଂଗ ସହ ଅସନ୍ତୁଷ୍ଟ ହୋଇଛନ୍ତି କେନ୍ଦ୍ର ସରକାର । ଲକ୍‌ଡାଉନରେ ରାଜ୍ୟ ସରକାର କେନ୍ଦ୍ରକୁ ସହାୟତା କରୁନଥିବା କହିଛନ୍ତି ।

ଆମେରିକାରେ କରୋନାର ତାଣ୍ଡବ ଅତିଶୟ ରହିଛି । ଏଠାରେ ୯ ଲକ୍ଷ ୬୦ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବାବେଳେ ୫୪ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକାର ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ସ୍ପେନ । ସ୍ପେନରେ ୨୨ ହଜାର ୫୦୦ ଜଣକ ମୃତ୍ୟୁ ହୋଇଛି । ୨ ଲକ୍ଷ ୧୯ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ଇଟାଲୀରେ ୨୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ଏଠାରେ ଏକ ଲକ୍ଷ ୯୨ ହଜାର ଟପିଛି ।

ଫ୍ରାନ୍ସରେ ୨୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକ ଲକ୍ଷ ୫୯ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଏଠାରେ ୫ ହଜାର ୭୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏକ ଲକ୍ଷ ୫୫ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ତୁର୍କୀରେ ୨ ହଜାର ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଇରାନରେ ୫ ହଜାର ୫୦୦ ଲୋକଙ୍କ ଜୀବନ ନେଇଛି କରୋନା । ସେହିଭଳି ୮୮ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । କରୋନାର ମୁକାବିଲା କରିବା ପାଇଁ ସମସ୍ତ ଦେଶ ଏକ ହୋଇ ଏହାର ମୁକାବିଲା କରିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।

 

 

Leave a Reply