କରୋନା କମାଇ ଦେଲା ଲେଖିବା ଦକ୍ଷତା

ଭୁବନେଶ୍ବର: ମୋବାଇଲ ସ୍କ୍ରିନ୍‌ରେ ସ୍ପିଡ୍‌ରେ ଚାଲୁଛି ଆଙ୍ଗୁଠି । ପେନ୍ କିମ୍ବା ପେନ୍‌ସିଲ୍ ଧରିଲେ ଧିମେଇ ଯାଉଛି ଗତି । ଦୁଇବର୍ଷର କୋଭିଡ ବିଗାଡ଼ି ଦେଇଛି ପିଲାଙ୍କ ଲେଖିବା ଦକ୍ଷତା । ପରୀକ୍ଷାରେ ସରିଯାଉଛି ସମୟ, ସରୁନି ଉତ୍ତର ଲେଖା । ଧିମା ଲେଖିବା ଯୋଗୁ କମୁଛି ମାର୍କ । ଲେଖିବା ସ୍ପିଡ୍‌ ନଥିବାରୁ ପୂରଣ ହୋଇପାରୁନି ଖାତା । ଭଲ ପଢୁଥିଲେ ବି ପରୀକ୍ଷାରେ ପଛରେ ପଡିଯାଉଛନ୍ତି ଛାତ୍ରଛାତ୍ରୀ । ଉତ୍ତର ଆସୁଥିଲେ ବି ଅପୂରା ରହିଯାଉଛି ଅଧିକ ମାର୍କର ଆଶା । କରୋନା ସମୟରେ ଅନ୍‌ଲାଇନ୍ ପାଠପଢା ପିଲାଙ୍କ ଲାଗି ସାଜିଛି ଘାଟା । ମାନସିକ ଚାପରେ ଶିକ୍ଷାର୍ଥୀ ।

କରୋନା କାଳରେ ଚାଲିଥିଲା ଅନଲାଇନ ଶିକ୍ଷାଦାନ ଓ ମଲଟିପୁଲ ଚଏସରେ ପରୀକ୍ଷା ।  ମାତ୍ର ଏବେ ଅନଲାଇନରୁ ଅଫଲାଇନକୁ ପିଲାମାନେ ଆସିବା ପରେ ବଢୁଛି ସମସ୍ୟା । ଏନେଇ ଚିନ୍ତିତ ଅଭିଭାବକ । ଲେଖିବା ଅଭ୍ୟାସ କମ୍ ଯୋଗୁଁ ପିଲାଙ୍କ ସୃଜନଶୀଳତା ଉପରେ ବି ପଡୁଛି ପ୍ରଭାବ । ଦୀର୍ଘ ଉତ୍ତର ଲେଖିବାରେ ଅସାମର୍ଥ୍ୟତା ଯୋଗୁଁ ଉପଯୁକ୍ତ ମାର୍କ ମିଳିବା ବି ହୋଇଛି କାଠିକର ପାଠ ।