ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍: ୪୪୪ରନର ଟାର୍ଗେଟକୁ ପିଛାକରି ପାଭେଲିଅନ ଫେରିଲା ଭାରତର ଅଧା ଟିମ୍

ଲଣ୍ଡନ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମୁକାବିଲାର ଶେଷ ଦିନର ପ୍ରଥମ ସେଶନରେ ଭାରତୀୟ ଦଳ ପାଞ୍ଚ ୱିକେଟରେ ୨୧୧ ରନ୍ ବନାଇଛି । ଆଜିଙ୍କେ ରାହାଣେ ୪୫ ଏବଂ କେଏସ୍ ଭରତ ୧୬ ରନ୍ କରି ଅପରାଜିତ ଅଛନ୍ତି । ଟିମ୍ ଇଣ୍ଡିଆକୁ ଏବେ ଜିତିବା ପାଇଁ ୨୩୩ ରନ୍ ଆବଶ୍ୟକ । ଯଦି ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତ ଏହି ବିଜୟ ଲକ୍ଷ୍ୟକୁ ହାସଲ କରୁଛି ତେବେ ଟେଷ୍ଟ ଚମ୍ପିଆନସିପ୍ ବିଜେତା ହୋଇଯିବ । ଏହା ପୂର୍ବରୁ ଜାଡେଜା ଶୂନରେ ଆଉଟ୍ ହୋଇଛନ୍ତି । ତାଙ୍କୁ ବୋଲେଣ୍ଡ ୱିକେଟକିପର ଆଲେକ୍ସ କ୍ୟାରିଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ ।

ଏହି ଓଭରରେ ହିଁ ବିରାଟ କୋହଲି ୪୯ ରନ୍ କରି କ୍ୟାଚ୍ ଆଉଟ୍ ହୋଇଛନ୍ତି । ଏହା ପୂର୍ବରୁ ପୂଜାରା ୨୭ ରନ୍, ରୋହିତ ୪୩ ଏବଂ ଶୁଭମନ ଗିଲ୍ ୧୮ ରନ୍ କରି ଆଉଟ୍ ହୋଇଥିଲେ । ଅଷ୍ଟ୍ରେଲିଆ ଚତୁର୍ଥ ଦିନରେ ନିଜର ଦ୍ୱିତୀୟ ପାଳ ୨୭୦/୮ ସ୍କରରେ ସମାପ୍ତ ଘୋଷଣା କରିଥିଲା । ଭାରତକୁ ଫାଇନାଲ୍ ମୁକାବିଲା ଜିତିବା ପାଇଁ ୪୪୪ ରନର ଟାର୍ଗେଟ ମିଳିଛି । ଟେଷ୍ଟ କ୍ରିକେଟରେ ଆଜି ପର୍ଯ୍ୟନ୍ତ ଚତୁର୍ଥ ଇନିଂସରେ ଏତେ ବଡ଼ ଟାର୍ଗେଟ ଚେଜ୍ ହୋଇନାହିଁ । ମ୍ୟାଚ୍ ଯଦି ଡ୍ର ହୁଏ ତେବେ ଟ୍ରଫି ଉଭୟ ଟିମ ମଧ୍ୟରେ ସେୟାର କରାଯିବ ।